Below header

ହାଇଦ୍ରାବାଦ : ଡିଆର୍‌ଡିଓ ନିର୍ମାଣ କଲା ଅଟୋମେଟିକ ଅଲ୍‌ଟ୍ରାଭାୟୋଲେଟ୍‌ ମେସିନ୍‌, ବିନା ପାଣିରେ କରିହେବ ଭୁତାଣୁ ମୁକ୍ତ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ଭାଇରସ୍‌ ସଭିଙ୍କ ନିଦ ହଜେଇ ଦେଇଛି । ବିଶ୍ୱରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବୈଜ୍ଞାନିକଙ୍କ ବୁଦ୍ଧି ଫେଲ୍‌ ମାରିଛି ଏହି ଅଜ୍ଞାତ ଶତ୍ରୁ ନିକଟରେ ।

ଗବେଷଣାଗାରରେ ଜ୍ଞାନ କୈାଶଳ ଲଗାଇ ଏହାର ମେଡିସିନ୍‌ ପାଇଁ ସବୁ ଦେଶ ଲାଗିଥିଲେ ମଧ୍ୟ ଏଯାଏ ସଫଳ ହୋଇନାହାଁନ୍ତି । କରୋନାଠୁ ଏବେ ରକ୍ଷା ପାଇବାକୁ ହେଲେ କମାତ୍ର ବିକଳ୍ପ ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍‌ ।

drdo uv

କାରଣ ଟଙ୍କା ପଇସା ଠୁ ଆରମ୍ଭ କରି ବିଭିନ୍ନ ଜିନିଷ ଦ୍ୱାରା କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ଡିଆର୍‌ଡିଓର ଗବେଷଣାଗାର ଆର୍‌ସିଆଇ(ରିସର୍ଚ୍ଚ ସେଣ୍ଟର ଇମାରତ୍‌) ଅଟୋମେଟେଡ କଣ୍ଟାକ୍ଟଲେସ୍‌ ଅଲ୍‌ଟ୍ରାଭାୟୋଲେଟ୍‌ ସାନିଟାଇଜେସନ୍‌ ସିଷ୍ଟମ୍‌ ନିର୍ମାଣ କରିଛନ୍ତି ଯାହାଦ୍ୱାରା ମୋବାଇଲ୍‌ ଫୋନ୍‌ ଠାରୁ ଆରମ୍ଭ କରି ଲାପ୍‌ଟପ୍‌, ଟଙ୍କା, ଚେକ୍‌, ପାସ୍‌ବୁକ୍‌, ପେପର, ଲଫାପା ଭଳି ବିଭିନ୍ନ ଜିନିଷକୁ ଭୁତାଣୁ ମୁକ୍ତ କରାଯାଇ ପାରିବ ।

drdo uv-1

ଏହି ମେସିନ୍‌ ଭିତରେ ଯେ କୈାଣସି ଜିନିଷ ରଖିଲେ ତାହା ୩୬୦ ଡିଗ୍ରୀ ଅଲ୍‌ଟ୍ରା ଭାୟୋଲେଟ୍‌ ରେ ଦ୍ୱାରା ଭୁତାଣୁ ମୁକ୍ତ ହୋଇପାରିବ । ଖାଲି ସେତିକି ନୁହେଁ ଏହି ରିସର୍ଚ୍ଚ ସେଣ୍ଟର ନୋଟ୍ସକ୍ଲିନ୍‌ ଓ ଅନ୍ୟ କେତେକ ମେସିନ ମଧ୍ୟ ନିର୍ମାଣ କରିଛି ।drdo uv-2

ଏହାକୁ ଷ୍ଟେସନ୍‌, ଏୟାରପୋର୍ଟ ଓ ବିଭିନ୍ନ ଭିଡ଼ ସ୍ଥାନରେ ମଧ୍ୟ ଲଗାଯାଇ ଅଲ୍‌ଟ୍ରାଭାୟୋଲେଟ୍‌ ରଶ୍ମି ସାହାଯ୍ୟରେ ଭୁତାଣୁମୁକ୍ତ କରାଯାଇ ପାରିବ । ବିନା ସାବୁନ୍‌ ଓ ପାଣିରେ ଏହା ଶତ ପ୍ରତିଶତ ସାନିଟାଇଜେସେନ୍‌ କରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.