Below header

‘ମୋତେ ଲୁହ ପୋଛିବାକୁ ହେବ’; କାନ୍ଦି କାନ୍ଦି ଏମିତି କହୁଥିବା ଏହି ଆଫ୍‌ଗାନ ଝିଅର ଭିଡିଓ ଭାଇରାଲ

ଆଫ୍‌ଗାନିସ୍ତାନର ସ୍ଥିତି ଅତି ଜଟିଳ ହେବାରେ ଲାଗିଛି। ତାଲିବାନ ନିଜ ହାତକୁ ଶାସନ ଭାର ନେଇଯାଇଛି, ଯାହାପରେ ସବୁଆଡ଼େ ଆତଙ୍କର ମାହୋଲ ଲାଗି ରହିଛି। ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡ଼ି ଦୌଡ଼ୁଛନ୍ତି। ଏହି ପଳାୟନ ଏବଂ ଆତଙ୍କ ଭିତରେ ଆଫ୍‌ଗାନର ଜଣେ ଝିଅ କାନ୍ଦୁଥିବାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଆଫ୍‌ଗାନୀ ଝିଅ ନିଜ ଦେଶରେ ହେଉଥିବା ଏହି ବର୍ବରତା ଉପରେ ବିଶ୍ୱର ସହଯୋଗକୁ ନେଇ ପ୍ରଶ୍ନ କରିଛନ୍ତି।

ଭିଡିଓରେ କାନ୍ଦୁଥିବା ଆଫ୍‌ଗାନୀ ଝିଅର ମୁହଁରେ ଯେଉଁ ପ୍ରଶ୍ନ ରହିଛି, ବୋଧହୁଏ ଏହାର ଉତ୍ତର କାହା ପାଖରେ ନାହିଁ। ଖୁବ୍‌ ଭାଇରାଲ ହେଉଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୧.୬ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଲାଣି। ଭିଡିଓକୁ ମାନବାଧିକାର କାର୍ଯ୍ୟକର୍ତ୍ତା ମସୀହ ଅଲ୍ଲୀ ନେଜାଦଙ୍କ ଦ୍ୱାରା ଟ୍ଵିଟରରେ ପୋଷ୍ଟ କରାଯାଇଛି।

୪୫ ମିନିଟ୍‌ର ଏହି ଭିଡିଓ କ୍ଲିପ୍‌ରେ ଝିଅଟି କାନ୍ଦି କାନ୍ଦି କହୁଛି ଯେ ‘ଆମର ରହିବା କାହା ପାଇଁ ମାନ୍ୟତା ରଖୁନାହିଁ, କାହିଁକିନା, ଆମେ ଆଫ୍‌ଗାନିସ୍ତାନରେ ଜନ୍ମ ହୋଇଛୁ’। ସେ ଆଗକୁ କହୁଛନ୍ତି ଯେ ‘ମୋତେ ଲୁହ ପୋଛିବାକୁ ହେବ, କାହାର ଆମ ପ୍ରତି ଚିନ୍ତା ନାହିଁ। ଆମେ ଇତିହାସରେ ଧୀରେ ଧୀରେ ଲୋପ ପାଇଯିବୁ’। ରିପୋର୍ଟ ମୁତାବକ, ଯେଉଁ ଦିନ ଭିଡିଓକୁ ପୋଷ୍ଟ କରାଯାଇଥିଲା, ସେହି ଦିନ ୟୁଏନ୍‌ ସେକ୍ରେଟାରୀ ଏଣ୍ଟୋନିୟୋ ଗୁଟେରେସ୍‌ ଏକ ବୟାନ ଦେଇଥିଲେ। ସେ କହିଥିଲେ କି, ‘ଆଫ୍‌ଗାନିସ୍ତାନ ନିୟନ୍ତ୍ରଣରୁ ବାହାରି ଯାଉଛି। ଏହି ସଂଘର୍ଷ ମହିଳା ଏବଂ ପିଲାଙ୍କ ଉପରେ ବଡ଼ ପ୍ରଭାବ ପକାଉଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.