୬୦ ନମ୍ବର ଜାତୀୟ ରାଜପଥରେ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ମା’-ଝିଅଙ୍କ ମୃତ୍ୟୁ

ବାଲେଶ୍ୱର(କେନ୍ୟୁଜ୍‌) : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ଟ୍ୟାଙ୍କର ଦୁର୍ଘଟଣାରେ ମା’-ଝିଅଙ୍କର ମୃତ୍ୟୁ ଘଟିଛି । ଟ୍ୟାଙ୍କରଟି ଦୃତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା । ଏହି ସମୟରେ ରାସ୍ତାରେ ଯାଉଥିବା ମା’-ଝିଅଙ୍କ ଉପରେ ଟ୍ୟାଙ୍କରଟି ଚଢ଼ିଯାଇ ଓଲଟି ପଡ଼ିଥିଲା ।

ସୂଚନା ଅନୁସାରେ ଦିନ ଗୋଟାଏ ସମୟରେ କୋଲକାତାରୁ ଗଞ୍ଜାମ ଅଭିମୁଖେ ଇଣ୍ଡିଆନ ଅଏଲର ଏକ ତେଲ ବୋଝେଇ ଟ୍ୟାଙ୍କର ( ଡବ୍ଲୁ ବି ୧୧ଇ ୩୫୧୮) ଯାଉଥିବା ସମୟରେ କଟିପୋଲ ନିକଟରେ ଭାରସାମ୍ୟ ହରାଇ ବାମପଟେ ଥିବା ନୟନଜୋଡିକୁ ଖସି ପଡ଼ିଥିଲା। ସେତେବେଳେ ରାସ୍ତାରେ ଯାଉଥିବା ଦୁଇ ଜଣ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥିଲେ।

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ହେଲେ ବାହାର୍ଦା ପଞ୍ଚାୟତର ଗହୀରସିମୁଳିଆ ଗ୍ରାମର ମୁନୀ ଟୁଡୁ (୫୦) ଏବଂ ତାଙ୍କର ଝିଅ ଶାନ୍ତି ଟୁଡୁ (୧୨) । ପୁଲିସ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରିଥିବା ଜାଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.