ସୁସ୍ଥ ହେବା ପରେ ବାରମ୍ବାର କରନ୍ତୁନି କରୋନା ଟେଷ୍ଟ, ନୂଆ ନିୟମ ଆଣିଲା ICMR

କରୋନା ଭାଇରସର ଦ୍ଵିତୀୟ ଲହରୀ ଏବେ ଦେଶରେ ହାହାକାର ସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ୩ ଲକ୍ଷରୁ ଅଧିକ ନୂଆ ନୂଆ କେସ୍ ସାମ୍ନାକୁ ଆସିଛି। ଇତିମଧ୍ୟରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ICMR) କରୋନା ଟେଷ୍ଟିଂକୁ ନେଇ ନୂଆ ସୂଚନା ପ୍ରଦାନ କରିଛି। ICMR ମୁତାବକ, ଯଦି କୌଣସି ବ୍ୟକ୍ତିଙ୍କ RT-PCR ଟେଷ୍ଟ ହୋଇଛି, ତେବେ ପୁଣିଥରେ ଟେଷ୍ଟ କରିବାର ଆବଶ୍ୟକତା ନାହିଁ।

ତେବେ ICMR ର ନୂଆ ଗାଇଡଲାଇନ ପରେ ଏବେ ପ୍ରଶ୍ନ ଉଠୁଛି ଯେ ଯଦି ଟେଷ୍ଟ ନ କରିବ ତେବେ କେମିତି ଜଣାପଡ଼ିବ ରିପୋର୍ଟ ନେଗେଟିଭ ବୋଲି। କାରଣ ନୂଆ ଗାଇଡଲାଇନରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତିଠାରେ କୌଣସି ଲକ୍ଷଣ ନାହିଁ ଓ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ତେବେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରିବା ବେଳେ ଟେଷ୍ଟ କରିବାର ଆବଶ୍ୟକତା ନାହିଁ। ଏହା ଦ୍ୱାରା ଲ୍ୟାବ୍ ଉପରେ କମ ଚାପ ପଡ଼ିବ।

ଦେଶରେ କରୋନା କେସ୍ ଆଶ୍ଚର୍ଯ୍ୟଜନକ ଭାବେ ବଢୁଥିବା ବେଳେ ଟେଷ୍ଟିଂ ପାଇଁ ସମସ୍ୟା ଉପୁଜୁଛି। ଏଣୁ ଲ୍ୟାବ୍ ଉପରେ ଚାପ କମାଇବା ପାଇଁ ICMR ଏଭଳି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ ଯେ ଗତ ବର୍ଷ ICMRର ଗାଇଡଲାଇନରେ କରୋନା ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟିଂ କରିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ଚଳିତବର୍ଷ ଏଥିପାଇଁ ମନା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.