ସାଲେପୁର ସବ୍‌ଜେଲରେ କରୋନା ଭୟ, ୧୩ ଜଣ ଅନ୍ତେବାସୀ ପଜିଟିଭ ଚିହ୍ନଟ

ସାଲେପୁର: ସାଲେପୁର ସବ୍‌ଜେଲରେ କରୋନା ଭୟ। ୧୩ ଜଣ ଅନ୍ତେବାସୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଜେଲ୍‌ରେ ଥିବା ଅନ୍ତେବାସୀ, ସୁରକ୍ଷା କର୍ମୀ ଓ ଜେଲ୍‌ କର୍ମଚାରୀଙ୍କ ପାଇଁ ଚିନ୍ତା ବଢିଯାଇଛି।

ମୋଟ ୫୪ଜଣ ଅନ୍ତେବାସୀ ଏହି ଜେଲ୍‌ରେ ଅଛନ୍ତି। ଜଣେ ଅନ୍ତେବାସୀ କୋର୍ଟରୁ ଫେରିବା ପରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। କୋଭିଡ୍‌ ପରୀକ୍ଷା ପରେ ସେ କରୋନା ପଜିଟିଭ୍‌ ବୋଲି ଜଣାପଡିଥିଲା। ପରେ ସମସ୍ତ ଅନ୍ତେବାସୀ ଓ ଜେଲ୍‌ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ୧୩ଜଣ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜେଲ୍‌ ଭିତରେ ସେମାନଙ୍କୁ ଆଇସୋଲେସନ୍‌ରେ ରଖିବା ସହ ସ୍ୱତନ୍ତ୍ର କର୍ମଚାରୀ ପିପିଇ କିଟ୍‌ ପିନ୍ଧି ସେମାନଙ୍କୁ ଚିକିତ୍ସା ଯୋଗାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.