MBA ଛାତ୍ରଛାତ୍ରୀଙ୍କ ପାଇଁ ମୋଟା ଅଙ୍କର ସ୍କଲାରସିପ୍‌, ମିଳିବ ୨ ଲକ୍ଷ ଟଙ୍କା

ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ (IDFC FIRST Bank) ପକ୍ଷରୁ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପ୍‌ ଘୋଷଣା କରାଯାଇଛି। ଏହି ସ୍କଲାରସିପ୍‌ର ନାଁ ରହିଛି ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଏମ୍‌ବିଏ ସ୍କଲାରସିପ୍‌ ୨୦୨୨-୨୪ (IDFC FIRST Bank MBA Scholarship 2022-24)। ଏହି ସ୍କଲାରସିପ୍‌ ପାଇଁ ଏମ୍‌ବିଏ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଦୁଇ ବର୍ଷିଆ ଏମ୍‌ବିଏ କୋର୍ସ କରୁଥିବା ଛାତ୍ରଛାତ୍ରୀ ପ୍ରଥମ ବର୍ଷରେ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ। ଆର୍ଥିକ ଭାବେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍କଲାରସିପ୍‌ ଆରମ୍ଭ ହୋଇଛି। ଏହି ସ୍କଲାରସିପ୍‌ ପାଇଁ କେବଳ ଭାରତୀୟ ଛାତ୍ରଛାତ୍ରୀ ହିଁ ଆବେଦନ କରିପାରିବେ। ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ଏହି ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ।

ଏହି ସ୍କଲାରସିପ୍‌ ପାଇଁ ୨୦୨୨-୨୪ ବ୍ୟାଚ୍‌ର ଏମ୍‌ବିଏ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଛାତ୍ରଛାତ୍ରୀ ପ୍ରଥମ ବର୍ଷରେ ପଢ଼ିବା ବେଳେ ହିଁ ଏଥିପାଇଁ ଆପ୍ଲାଏ କରିପାରିବେ। ଏମ୍‌ବିଏ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାର ସିପ୍‌ରେ ଲାଭ ମିଳିବ ନାହିଁ। IDFC FIRST Bank ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍କଲାରସିପ୍‌ରେ ପ୍ରାର୍ଥୀଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ହିସାବରେ ୨ ବର୍ଷରେ ୨ ଲକ୍ଷ ଟଙ୍କା ମିଳିବ।

ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ଜୁନ୍‌ ୨୦୨୨। ଜୁନ୍‌ ୩୦ ପୂର୍ବରୁ ଏମ୍‌ବିଏ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଛାତ୍ରଛାତ୍ରୀ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହିଁ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ବୟସ ୩୫ ବର୍ଷ କିମ୍ବା ତା’ ଠାରୁ କମ୍‌ ହୋଇଥିବା ଆବଶ୍ୟକ।

Scholarship

ସ୍କଲାରସିପ୍‌ର ନାଁ:

ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଏମ୍‌ବିଏ ସ୍କଲାରସିପ୍‌ ୨୦୨୨-୨୪ (IDFC FIRST Bank MBA Scholarship 2022-24)

ଯୋଗ୍ୟତା:

  • ପ୍ରାର୍ଥୀ ଭାରତୀୟ ହୋଇଥିବା ଆବଶ୍ୟକ।
  • ଦୁଇ ବର୍ଷିଆ ଏମ୍‌ବିଏ କୋର୍ସ କରୁଥିବା ଛାତ୍ରଛାତ୍ରୀ ପ୍ରଥମ ବର୍ଷରେ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।
  • ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ।
  • ପ୍ରାର୍ଥୀଙ୍କ ବୟସ ୩୫ ବର୍ଷ କିମ୍ବା ତା’ ଠାରୁ କମ୍‌ ହୋଇଥିବା ଆବଶ୍ୟକ।

ସ୍କଲାରସିପ୍‌ରେ ମିଳୁଥିବା ଲାଭ:

ବାର୍ଷିକ ୧ ଲକ୍ଷ ଟଙ୍କା ହିସାବରେ ୨ ବର୍ଷକୁ ୨ ଲକ୍ଷ ଟଙ୍କା

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ (https://www.buddy4study.com/page/idfc-first-bank-mba-scholarship)କୁ ଯାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.