ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ, ସକାଳ ୮ଟାରେ ତାଟି ଫିଟା ନୀତି

ପୁରୀ (କେନ୍ୟୁଜ): ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ଏହାପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ।

ବିଶେଷ ନୀତି ସକାଶେ ସକାଳ ୧୦.୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା, ସନ୍ଧ୍ୟା ୬ଟା ୩୦ରୁ ରାତି ୯ଟା ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ସେହିଭଳି ଦିନ ୨ଟାରୁ ୩ଟା, ସଂଧ୍ୟା ୬ଟାରୁ ୬ଟା ୩୦, ରାତି ୯ଟାରୁ ୧୦ଟା ୩୦ ଓ ରାତି ସାଢ଼େ ୧୧ରୁ ସାଢ଼େ ୧୨ ଯାଏଁ ସାଧାରଣ ଦର୍ଶନ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.