ବଡ କୂଅରେ ଗଳିପଡିଲା ଚିତାବାଘ, ଉଦ୍ଧାର କରିବା ପାଇଁ ଗ୍ରାମବାସୀ ଆପଣାଇଲେ ‘ମହେଞ୍ଜୋଦାରୋ ହରପ୍ପା କୌଶଳ’

ଆଇଏଫଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ସେୟାର କରନ୍ତି। ଯେଉଁଥିରେ ଜୀବଜନ୍ତୁଙ୍କୁ ନେଇ ଅନେକ ଭିଡିଓ ରହିଥାଏ। ନିକଟରେ ଏମିତି ଏକ ଭିଡିଓ ସେୟାର କରିଛନ୍ତି ଅଧିକାରୀ। ଯେଉଁଥିରେ ଏକ କୂଅରେ ପଡିଥିବା ଚିତାବାଘକୁ କିପରି ଉଦ୍ଧାର କରାଯାଉଛି ଦେଖିବାକୁ ମିଳିଛି। ଏହି ଛୋଟ ଭିଡିଓରେ କୂଅ ଭିତରୁ ବାଘକୁ ଉଦ୍ଧାର କରି ବାହାରକୁ ବାହାର କରାଯାଇଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ସୁଶାନ୍ତ ନନ୍ଦ ଏହି ଭିଡିଓ ସହିତ କ୍ୟାପସନ ଲେଖିଛନ୍ତି, ଯଦି ଜନ୍ତୁ ଚଳପ୍ରଚଳ କରୁଥିବା ଅଞ୍ଚଳରେ କୂଅ ବନ୍ଦ କରିଦିଆଯାଏ, ତେବେ ଏପରି ଘଟଣା କମ୍‌ ଦେଖିବାକୁ ମିଳିବ।

ଏହାସହିତ ଅଧିକାରୀ ଜଣକ ଚିତାବାଘଙ୍କୁ ବଞ୍ଚାଇବା ପାଇଁ ବ୍ୟବହାର କରିଥିବା ପୁରୁଣା କୌଶଳକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହାକୁ ‘ମହେଞ୍ଜୋଦାରୋ ହରପ୍ପା କୌଶଳ’ ବୋଲି କୁହାଯାଇଛି। ଏହି ଘଟଣା କେଉଁ ସ୍ଥାନର ଜଣାପଡିନାହିଁ। ଏହି କ୍ଲିପକୁ ଟ୍ଵିଟରରେ ୪୭,୦୦୦ରୁ ଅଧିକ ଥର ଦେଖାସରିଲାଣି। ଅନେକ ୟୁଜର୍ସ ବନ ବିଭାଗ ଅଧିକାରୀଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ଅନ୍ୟ ପିଲା ଏବଂ ବନ୍ୟଜନ୍ତୁଙ୍କ ଜୀବନ ରକ୍ଷା ପାଇଁ ଖୋଲା କୂଅକୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି କିଭଳି ଏକ ଖୋଲା କୂଅରେ ପଡିଥିବା ଚିତାବାଘକୁ ବଞ୍ଚାଇବା ପାଇଁ କୌଶଳ ସହିତ ଉଦ୍ଧାର କରାଯାଉଛି। ଏକ କୂଅରୁ ବାଘର ଜୀବନ ବଞ୍ଚାଇବା ପାଇଁ ଏକ ଖଟିଆରେ ଦଉଡି ବନ୍ଧା ଯାଇ ଉଦ୍ଧାର କରାଯାଉଛି।
ଏହି ଭିଡିଓକୁ ଦେଖି ଅନେକ ୟୁଜର୍ସ ପ୍ରଶଂସା କରିବା ସହିତ କିଭଳି ଏମିତି କୂଅକୁ ବନ୍ଦ ହୋଇପାରିବ ତାହା ବିଷୟରେ ମତାମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.