Below header

ଘର ସମ୍ଭାଳିବେ ନା’ ଦେଶ ? ଭାଙ୍ଗିପାରେ ଇମରାନ ଖାନଙ୍କ ତୃତୀୟ ବିବାହ

ଘର ସମ୍ଭାଳିବେ ନା ଦେଶ ? ଭାଙ୍ଗିପାରେ ଇମରାନ ଖାନଙ୍କ ତୃତୀୟ ବିବାହ । ଦେଶର ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ଥିବା ପଡୋଶୀ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବୈବାହିକ ଜୀବନରେ ପୁଣି ଆସିଲାଣି ଝଡ । ଏନେଇ ଟିଭିରେ ଖୁଲାସା କରିଛନ୍ତି ପାକିସ୍ତାନର ଜଣେ ସମ୍ବାଦିକ ।

ମିଳିଥିବା ସୂଚନା ମୂତାବକ, ଇମରାନ ନିଜ ତୃତୀୟ ପତ୍ନୀ ବୁସରା ମାନେକାଙ୍କଠୁ ଅଲଗା ହେବାର ଥିଲା । କିନ୍ତୁ କିଛି ବନ୍ଧୁ ଏବଂ ପରିବାରଙ୍କ ପାଇଁ ଏପରି ହେଉ ହେଉ ରହିଗଲା । ତେବେ ବିଛେଦ ସିନା ରହିଗଲା କିନ୍ତୁ ଉଭୟଙ୍କ ମଧ୍ୟରେ ତିକ୍ତତା ଏବେ ବି ଲାଗି ରହିଛି ।

ଗତ ବର୍ଷ ହିଁ ବୁସରାଙ୍କୁ ତୃତୀୟ ବିବାହ କରିଥିଲେ ଇମରାନ୍ । ଏହା ପୂର୍ବରୁ ଇମରାନ୍ ପ୍ରଥମ ବିବାହ ବ୍ରିଟିଶର ଜଣେ କୋଟିପତିଙ୍କ ଝିଅ ଜେମିମା ଖାନଙ୍କୁ ୧୬ ମେ ୧୯୯୫ରେ କରିଥିଲେ । କିନ୍ତୁ ୯ ବର୍ଷ ପରେ ୨୦୦୪ ରେ ଉଭୟ ଅଲଗା ହୋଇଯାଇଥିଲେ । ଏହା ପରେ ଟିଭି ଆଙ୍କର ରେହମ୍ ଖାନଙ୍କୁ ବିବାହ କରିଥିଲେ । ଯାହା କେବଳ ୧୦ ମାସ ଚାଲିଥିଲା । ଏହା ପରେ ବୁସରାଙ୍କୁ କରିଥିଲେ ତୃତୀୟ ବିବାହ ଇମରାନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.