Below header

ପାଉଡ଼ର ପରେ ଏବେ ସାମ୍ପୁ, Johnson and Johnson ଉପରେ ପୁଣି ଉଠିଲା ଆଙ୍ଗୁଠି

ନୂଆଦିଲ୍ଲୀ : କିଛି ଦିନ ପୂର୍ବ Johnson and Johnson କମ୍ପାନୀର ବେବି ପାଉଡରେ ଏସବଷ୍ଟସର ମାତ୍ର ଅଧିକ ଥିବା କୁହାଯାଇଥିଲା। ଫଳରେ ତାହାର ବ୍ୟବହାର ଛୋଟ ପିଲାଙ୍କ ମଧ୍ୟରେ କ୍ୟାନ୍ସରର ସମ୍ଭାବନା ବଢ଼ାଉଥିଲା। ଏହି ପ୍ରଶ୍ନର ଉତ୍ତର ସଠିକ୍ ଭାବେ ମିଳିନଥିବା ବେଳେ ଏବେ ବେବି ସାମ୍ପୁର କ୍ୱାଲିଟି ଉପରେ ପ୍ରଶ୍ନ ଉଠିଛି।

ରାଜସ୍ଥାନ ଡ୍ରଗ୍ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ Johnson and Johnson ସାମ୍ପୁ ଟେଷ୍ଟ କରିବା ପରେ କମ୍ପାନୀକୁ ନୋଟିସ୍ ପଠାଇଛି । ଟେଷ୍ଟରେ ସାମ୍ପୁରେ ଫାର୍ମଲିଡହାଇଡ୍ ମିଳିଛି ଯାହା କ୍ୟାନ୍ସରର କାରକ ରହିଥାଏ ବୋଲି କୁହାଯାଇଛି। ନାଟିସ ପଠାଯିବା ପରେ କମ୍ପାନୀ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ।

ନିଶ୍ଚିତ ପଢ଼ନ୍ତୁ: ବର୍ଷ ବର୍ଷର ବିଶ୍ବାସରେ ବିଷ , Johnson and Johnson ବେବି ପାଉଡ଼ରରୁ ହେଉଛି କ୍ୟାନ୍ସର

ଏହା ପୂର୍ବରୁ ଫେବ୍ରୁଆରୀ ମାସରେ ଆମେରିକାର ଏକ କମ୍ପାନି Johnson and Johnsonର ପାଉଡ଼ରରେ ଆସବେଷ୍ଟସ୍‌ ରହିଥିବା କହିଥିଲେ । ଯାହା କ୍ୟାନ୍ସରର ଏକ ମୂଳ କାରଣ ଅଟେ। ତେବେ Johnson and Johnsonକମ୍ପାନି ଏହି ରିପୋର୍ଟକୁ ଏକ ପାର୍ଶ୍ବିକ ଭୁଲ ପ୍ରମାଣିତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.