Below header

ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡର ସାଂଘାତିକ ସତ: ପୋଲିସ ଆଗରେ କହିଲା ପିଶାଚ ପ୍ରେମିକ, ହତ୍ୟା କରିବା ପରେ ବାଥରୁମ୍‌ରେ ଶବକୁ ଲୁଚାଇ ରଖିଥିଲି

ନୂଆଦିଲ୍ଲୀ : ଦିଲ୍ଲୀ ଲୋମହର୍ଷଣକାରୀ ଶ୍ରଦ୍ଧା ଓ୍ଵାଲକର ହତ୍ୟା ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ଆସିବାରେ ଲାଗିଛି । ଏଥିସହ ହତ୍ୟାକାରୀ ଅଫତାବର ଦୁର୍ଦ୍ଦାନ୍ତ ଏବଂ ଭୟାନକ ଚେହେରାର କାହାଣୀ ବି ସାମ୍ନାକୁ ଆସୁଛି । ଶ୍ରଦ୍ଧାକୁ ମାରିଥିବା ମାନିଲା ଅଫତାବ। ପୋଲିସ ଆଗରେ କହିଲା , ମୁଁ ହିଁ ଶ୍ରଦ୍ଧାକୁ ମାରିଛି। ହତ୍ୟା କରିବାପରେ ବାଥରୁମ୍‌ରେ ଶବକୁ ଲୁଚାଇ ରଖିଥିଲା। କିଭଳି ଭାବେ ହତ୍ୟାକାଣ୍ଡରେ ଧରାନପଡିବ , ଡିଏନଏ ପ୍ରମାଣ ନରଖି ଏକ ଶରୀରକୁ କିଭଳି ଭାବେ କାଟି ଫୋପାଡି ହେବ ସେନେଇ ଗୁଗୁଲରେ ସର୍ଚ୍ଚ କରିଥିଲା।

ପଡୋଶୀ ଦୋକାନରୁ ଏକ ୩୦୦ ଲିଟର ଫ୍ରିଜ ଆଣି ଶ୍ରଦ୍ଧାର ମରଶରୀରକୁ ଖଣ୍ଡ ଖଣ୍ଡ କାଟି ସେଥିରେ ରଖିଥିଲା। ରକ୍ତ ଦାଗ ଛଡାଇବା ପାଇଁ ସଲଫର ହାଇପୋକ୍ଲୋରାଇଟ ବ୍ୟବହାର କରିଥିଲା। ନିଜର ଓ ଶ୍ରଦ୍ଧାର ରକ୍ତ ଜୁଡୁବୁଡ ପୋଷାକକୁ ଏକ ଅଳିଆ ଗାଡ଼ିରେ ପକାଇଦେଇଥିଲା। ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡ କରି ଜଙ୍ଗଲରେ ଫୋପାଡିଥିଲା । ଗତକାଲି ଦିଲ୍ଲୀ ପୋଲିସ ଅଫତାବକୁ ମହରୌଲି ଜଙ୍ଗଲକୁ ନେଇଥିଲା । ଏ ପର୍ଯ୍ୟନ୍ତ ପୋଲିସ ୧୦ ଖଣ୍ଡ ମାଂସ ଜବତ କରିଛି । ଏହା ମଣିଷ ଅଙ୍ଗ ବୋଲି ଜଣାପଡିଛି । ଅଧିକ ଯାଞ୍ଚ ପାଇଁ ଫରେନସିକ ବିଭାଗକୁ ପଠାଯାଇଛି । ଖବଶୀଘ୍ର ଡିଏନଏ ପରୀକ୍ଷା ହେବ । ମାତ୍ର ଏପର୍ଯ୍ୟନ୍ତ ଶ୍ରଦ୍ଧାଙ୍କ ମୁଣ୍ଡ ପୋଲିସକୁ ମିଳିନି ।

ସେହିପରି ହତ୍ୟା ପରେ ଅଭିଯୁକ୍ତ ଅନ୍ୟ ଜଣେ ଯବୁତୀଙ୍କୁ ଫ୍ଳାଟକୁ ଡାକିଥିବା ଜଣାପଡିଛି । ସେ ସମୟରେ ଦେହାବଶେଷ ଫ୍ରିଜରେ ଥିଲା । ଅଫତାବ ଏହି ଯୁବତୀଙ୍କୁ ମଧ୍ୟ ଡେଟିଂ ଆପ ମାଧ୍ୟମରେ ଭେଟୁଥିଲା । ଶ୍ରଦ୍ଧାଙ୍କ ହତ୍ୟା ପଛରେ ଯୁବତୀଙ୍କ ହାତ ରହିଛି କି ନାହିଁ ତାହାର ଯାଞ୍ଚ ଚାଲିଛି । ଅଫତାବ ମୁମ୍ବାଇ କିମ୍ବା ଏହାର ପାଖାପାଖି ଅଞ୍ଚଳରେ ଶ୍ରଦ୍ଧାଙ୍କ ମୋବାଇଲକୁ ଫୋପାଡି ଦେଇଥିଲା । ପୋଲିସ ଏହାକୁ ଖୋଜୁଛି । ଶ୍ରଦ୍ଧା ଓ ଅଫତାବଙ୍କ ବନ୍ଧୁକୁ ପୋଲିସ ଜେରା କରୁଛି । ୧୫ ଦିନ ତଳେ ଅଭିଯୁକ୍ତ ପାଲଘରର ବସଇ ସ୍ଥିତ ହାଉସିଂ ସୋସାଇଟିରେ ଥିବା ନିଜ ଘରକୁ ଆସିଥିଲା । ସେ ପରିବାର ସଦସ୍ୟଙ୍କୁ ମୁମ୍ବାଇ ନେବାକୁ ଚାହୁଁଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.