ପଥର ହୋଇଯାଉଛି ପିଲାର ଶରୀର, ରୋଗ ବିଷୟରେ ଜାଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଆଜିର ସମୟରେ ଏପରି ଅନେକ ରୋଗ ଦେଖିବାକୁ ମିଳୁଛି ଯାହା ବିଷୟରେ ଜାଣିଲେ ଆପଣ ଭାବିବା ପାଇଁ ବାଧ୍ୟ ହେବେ । ସବୁଠାରୁ ବଡ କଷ୍ଟ ତ ସେତେବେଳେ ହୁଏ ଯେତେବେଳେ ଏହି ରୋଗର କୌଣସି ଚିକିତ୍ସା ନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଦୁର୍ଲଭ ରୋଗ ବିଷୟରେ କହିବାକୁ ଯାଉଛୁ ଯେଉଁ ରୋଗରେ ପୀଡିତ ହେବାପରେ ଏକ ପିଲାର ଶରୀରରେ ଭୟଙ୍କର ପରିବର୍ତ୍ତନ ଆସିଛି । ତାହେଲେ ଆସନ୍ତୁ ଜାଣିବା ଏହିରୋଗ ବିଷୟରେ ।

ସୂଚନା ଅନୁଯାୟୀ କଲୋରାଡୋରେ ବାସ କରୁଥିବା ଜେଡନ ରୋଜର ନାମକ ଏକ ୧୦ ବର୍ଷର ବାଳକକୁ ଏଭଳି ଏକ ଭୟଙ୍କର ରୋଗ ହୋଇଛି ଯେଉଁ କାରଣରୁ ତାର ଶରୀର ଧୀରେଧୀରେ ପଥରରେ ବଦଳି ଯାଉଛି । ଡାକ୍ତରଙ୍କ କହିବା ଅନୁଯାୟୀ ଜେଡନଙ୍କୁ ତ୍ଵଚା ସମ୍ବନ୍ଧୀୟ ଏକ ରୋଗ ହୋଇଛି ଯାହାର ନାମ ଷ୍ଟିଫ ସ୍କିନ୍ ସିଣ୍ଡ୍ରୋମ । ଏହି ରୋଗରେ ସିଧାସଳଖ ପ୍ରଭାବ ତ୍ଵଚା ଉପରେ ପଡିଥାଏ । ତେବେ ଏହା ଆଜି ପର୍ଯ୍ୟନ୍ତ ସମୁଦାୟ ୪୧ ଜଣ ଲୋକଙ୍କ ଠାରେ ଦେଖାଦେଇଛି । ଏହି ରୋଗରେ ଜେଡନଙ୍କ ଶରୀରର ଅନେକ ଅଂଶ ଧୀରେ ଧୀରେ ପଥର ପାଲଟି ଯାଉଛି କିନ୍ତୁ ଏହି ରୋଗପାଇଁ ଆଜି ପର୍ଯ୍ୟନ୍ତ କୌଣସି ଉପଚାର ବାହାରି ନାହିଁ ।

Image result for stiff skin syndrome

ଜେଡନଙ୍କ ଠାରେ ଏହି ସମସ୍ୟା ୩ ବର୍ଷ ପୂର୍ବେ ଦେଖା ଦେଇଥିଲା । ସେତେବେଳେ ତାଙ୍କ ବାପା ମା ପ୍ରଥମଥର ପାଇଁ ଜେଡନଙ୍କ ସ୍କିନ୍ ଟାଇଟ୍ ହେବାର ଦେଖିଥିଲେ । ବର୍ତ୍ତମାନ୍ ଏହା ତାଙ୍କ ଶରୀରରେ ଅନେକ୍ ଅଂଶକୁ ବ୍ୟାପି ଯାଇଛି । ଜେଡନଙ୍କ ପରିବାର ତାଙ୍କୁ ଅନେକ୍ ଡାକ୍ତରଙ୍କୁ ଦେଖାଇ ସାରିଛନ୍ତି କିନ୍ତୁ ଏହାର କୌଣସି ସୁଫଳ ମିଳିପାରିନାହିଁ । ବର୍ତ୍ତମାନ ଡାକ୍ତର୍ ଜେଡନଙ୍କ କେମୋଥେରାପି ଦେଉଛନ୍ତି ଯାହାଦ୍ୱାରା ଏହି ରୋଗ ସାରା ଶରୀରରେ ବ୍ୟାପିବାର ଆଶଙ୍କା କମ୍ ରହିବ । ତେବେ ଜେଡନଙ୍କ କହିବା ଅନୁଯାୟୀ ତାଙ୍କୁ ଲାଗୁଛି ଯେ ତାଙ୍କ ଶରୀର ଉପରେ କିଛି ନିର୍ମାଣ ହେଉଛି । ଡାକ୍ତରମାନେ ଏହି ରୋଗ ଉପରେ ଗବେଷଣା ଜାରି ରଖିଛନ୍ତି ଯାହାଦ୍ୱାରା ଏହାର କିଛି ଚିକିତ୍ସା ବାହାର କରାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.