Below header

ବିଶ୍ୱର ସବୁଠୁ ବଡ ଧନବାନ ଥିଲେ ଏହି ବ୍ୟକ୍ତି, କିନ୍ତୁ ଧନୀକ ତାଲିକାରେ ନଥିଲା ତାଙ୍କର ନାଁ

ବର୍ତ୍ତମାନ ସମୟରେ ଆମେ ବିଲ ଗେଟସ, ମାର୍କ ଜୁକରବର୍ଗ, ବେରେନ ବଫେଟ ଓ କାର୍ଲସ ସ୍ଲିମ ପରି ବ୍ୟକ୍ତି ମାନଙ୍କୁ ବିଶ୍ୱର ସବୁଠୁ ଧନୀ ମାନଙ୍କ ତାଲିକାରେ ଗଣିଥାଉ । କିନ୍ତୁ ହୁଏତ ଆପଣ ଜ୍ୟାକବ ଫଗର ବିଷୟରେ ଜାଣି ନାହାନ୍ତି । ହୁଏତ ଖୁବ କମ ଲୋକ ଜାଣିଥିବେ ଏହି ବ୍ୟକ୍ତି ଜଣକ ତାଙ୍କ ସମୟରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଥିଲେ । ଜ୍ୟାକବଙ୍କ ଜୀବନୀ ରଚନା କରିଥିବା ‘ଷ୍ଟ୍ରିଟ ଜନରାଲ’ର ପୂର୍ବତନ ସମ୍ପାଦକ ଗ୍ରେଗ ଏହି ଜର୍ମାନ ବ୍ୟକ୍ତି ଜଣଙ୍କୁ ‘ଦ ରିଚ ବାନ’ ନାମରେ ନାମିତ କରିଥିଲେ । ୧୪୫୯ ମସିହାରୁ ୧୫୨୫ ମସିହା ଭିତରେ ଜ୍ୟାକବ ୪୦୦ ବିଲିୟନ ୟୁଏସ ଡ଼ଲାର କମାଇଥିଲେ । ଗ୍ରେଗ ୨୦୧୫ ମସିହାରେ ନିଜ ରଚିତ ପୁସ୍ତକ ‘ଦ ରିଚେଷ୍ଟ ମ୍ୟାନ ହୁ ଏଭର ଲିଭଡ’ ପୁସ୍ତକରେ ତାଙ୍କୁ ଇତିହାସର ସୁବୁଠୁ ଧନୀ ବ୍ୟକ୍ତି ଭାବେ ଉଲ୍ଲେଖ କରିଛନ୍ତି । ଏକ ସମ୍ବାଦ ସରବରାହ ସଂସ୍ଥାକୁ ଦେଉଥିବା

jacob

ସାକ୍ଷାତକାର ସମୟରେ ଗ୍ରେଗ କହିଥିଲେ କି ଜ୍ୟାକବ ତାଙ୍କ ସମୟର ସବୁଠୁ ଶକ୍ତିଶାଳୀ ବ୍ୟାଙ୍କର ମଧ୍ୟ ଥିଲେ । ସେ ସମୟରେ ପୃଥିବୀରେ ରୋମାନ ସାମ୍ରାଜ୍ୟ ଓ ପୋପ ହିଁ ନିଜ ରାଜ ଚଳାଇଥିଲେ । ଏହି ରାଜା ମାନଙ୍କୁ ମଧ୍ୟ ଜ୍ୟାକବ ହିଁ ଟଙ୍କା ଉଦ୍ଧାର ହିସାବରେ ଦେଉଥିଲେ । କିନ୍ତୁ ମନରେ ପ୍ରଶ୍ନ ଉଠେକି ଯଦି ଜ୍ୟାକବ ସେ ସମୟରେ ଏତେ ମାତ୍ରାରେ ଶକ୍ତିଶାଳୀ ଓ ଧନୀ ଥିଲେ ତେବେ ତାଙ୍କ ନାଁ କାହିଁକି ଏତେଟା ସାମ୍ନାକୁ ଆସିପାରି ନ ଥିଲା । ସେ ସମୟର ଅନ୍ୟ ମାନଙ୍କୁ ଲୋକେ ଧନୀ ବ୍ୟକ୍ତି ଭାବେ ଜାଣୁଥିବା ବେଳେ ତାଙ୍କୁ କାହିଁକି କେହି ଚିନହୀ ନ ଥିଲେ । ଏହାର ଉତ୍ତରରେ ଗ୍ରେଗ କହିଛନ୍ତି କି ଜ୍ୟାକବ ଜଣେ ଜର୍ମାନୀ ବାସିନ୍ଦା ହୋଇଥିବାରୁ ଇଂରାଜୀ ଭାଷା ପ୍ରାଧାନ୍ୟ ଦୁନିଆରେ ତାଙ୍କ ପରିଚୟ ସେତେଟା ଆସିପାରି ନଥିଲା । ଏମିତିକି ପୃଥିବୀର ସବୁଠୁ ଧନୀ ବ୍ୟକ୍ତି ହୋଇଥିଲେ ମଧ୍ୟ କୌଣସି ଇଂରାଜୀ ପତ୍ରିକା ବା ପୁସ୍ତକରେ ତାଙ୍କ ବିଷୟରେ ଉଲ୍ଲେଖ ହୋଇନଥିଲା ।

jacob

ଏହାବାଦ ଜ୍ୟାକବ ବାହ୍ୟ ଚାକଚକ୍ୟକୁ ଏତେଟା ପସନ୍ଦ କରୁ ନଥିଲେ । ଏମିତିକି ସେସମୟର ରାଜନୈତିକ ବା ଧାର୍ମିକ ପଦ ପଦବୀରେ ସ୍ଥାନ ପାଇବାକୁ ସେ ଇଚ୍ଛା ପ୍ରକାଶ କରି ନଥିଲେ । ନା ସେ କୌଣସି ବିରାଟ କୋଠା ନିଜ ନାଁରେ ନିର୍ମାଣ କରିଥିଲେ । ପୃଥିବୀରେ ପରିଚିତ ନ ହେବାର ଏହା ହିଁ ପ୍ରକୃତ କାରଣ ଥିଲା । ବାକି ଦୁନିଆରେ ସେତେଟା ପରିଚିତ ନ ଥିଲେ ମଧ୍ୟ ଜର୍ମାନୀରେ ଏବେ ମଧ୍ୟ ଫଗରଙ୍କ ଚର୍ଚ୍ଚା ରହିଛି । ଗ୍ରେଗଙ୍କ ଗବେଷଣା ଅନୁଯାୟୀ ଫଗର ଅଧିକାଂଶ ସମୟ ଲୋକଲୋଚନରୁ ନିଜକୁ ଲୁଚେଇ ରଖିଥାନ୍ତି । ଲୋକ ଲୋଚନକୁ ଆସିବା ତାଙ୍କର ସେତେଟା ପସନ୍ଦ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.