ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା, ଦୁଇ ଜଣ ଅଟକ

ଭଦ୍ରକ(କେନ୍ୟୁଜ୍): ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଜଣେ ଜୀବିତ ବ୍ୟକ୍ତିଙ୍କୁ କାହିଁକି ମୃତ ଘୋଷଣା କରାଗଲା ତାକୁ ନେଇ ପରିସ୍ଥିିତି ଉତ୍ତେଜନା ମୂଳକ ରହିଛି । ଆଜି ଗ୍ରାମାଞ୍ଚଳ ଥାନା କଲେଇ ପଞ୍ଚାୟତ ବଳଭଦ୍ରପୁର ଗାଁର କୈଳାସ ଚନ୍ଦ୍ର ପରିଡା ବିଦ୍ୟୁତ ଆଘାତରେ ଚେତାଶୂନ୍ୟ ହୋଇଥିଲେ । ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପରିବାର ଲୋକ ଏହାକୁ ନ ମାନି ରୋଗୀଙ୍କୁ କଟକ ବଡ ମେଡିକାଲକୁ ରେଫର କରିବାକୁ କହିଥିଲେ । ଏପରିକି ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାଡ ମାରି ଜୋର ଜବରଦସ୍ତ କଟକ ନେଇଥିଲେ । ଏହି ଘଟଣାରେ ଭଦ୍ରକ ଟାଉନ ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ମେଡିକାଲ ପରିସରରେ ପୋଲିସ ମୁତୟନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.