Below header

ଦିଲ୍ଲୀ ଓ ମୁମ୍ବାଇରେ BBC କାର୍ଯ୍ୟାଳୟରେ ଆୟକର ଚଢ଼ାଉ; କର୍ମଚାରୀଙ୍କ ଫୋନ୍ ଜବତ କରି ଘରକୁ ପଠାଇଦେଲେ!

ଦିଲ୍ଲୀ BBC କାର୍ଯ୍ୟାଳୟରେ ଆୟକର ଚଢ଼ାଉ। କାର୍ଯ୍ୟାଳୟକୁ ସିଲ୍ କରିଛି ଆୟକର ବିଭାଗ। କର୍ମଚାରୀଙ୍କ ଫୋନ୍ ଜବତ ହୋଇଛି। ଚଢ଼ାଉ ନେଇ ବିବିସିର ଲଣ୍ଡନସ୍ଥିତ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି। ବିବିସି କାର୍ଯ୍ୟାଳୟରେ ଜାରି ରହିଛି ଖୋଳତାଡ। ରେଡରେ ସାମିଲ ଅଛନ୍ତି ୬୦ରୁ ୭୦ ଜଣ ଅଫିସର ଓ କର୍ମଚାରୀ।

ମିଡିଆ ସଂସ୍ଥା BBCର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ହୋଇଛି। ସୂଚନା ଅନୁସାରେ, ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରାଯାଇଛି। କର୍ମଚାରୀମାନଙ୍କୁ ଅଫିସ୍ ଛାଡି ଘରକୁ ଯିବାକୁ କୁହାଯାଇଛି। ଏହି ଚଢ଼ାଉ ସମ୍ପର୍କରେ ଲଣ୍ଡନସ୍ଥିତ BBC କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ, ଆୟକରର ଏକ ସୂତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କହିଛି କି, ଏହା ଆୟକର ଟିମ୍‌ର ଏକ ସର୍ଭେ। କିନ୍ତୁ ଏ ପର୍ଯ୍ୟନ୍ତ ଆୟକର ବିଭାଗ ତରଫରୁ ଏ ନେଇ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ।

ସେପଟେ କଂଗ୍ରେସ ଆଇଟିର ଏହି କାର୍ଯ୍ୟାନୁଷ୍ଠାନକୁ BBC ଡକ୍ୟୁମେଣ୍ଟାରୀ ଉପରେ ନିଷେଧାଦେଶ ସହିତ ଯୋଡିଛି। କଂଗ୍ରେସ ଟ୍ଵିଟ୍‌ କରି କହିଛି, ପ୍ରଥମେ BBCର ଡକ୍ୟୁମେଣ୍ଟାରୀ ଆସିଥିଲା, ତାହାକୁ ବ୍ୟାନ୍‌ କରାଯାଇଥିଲା। ଏବେ BBC ଉପରେ ଆୟକର ଚଢ଼ାଉ କରିଛି। ଅଘୋଷିତ ଜରୁରୀକାଳୀନ ପରିସ୍ଥିତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.