Below header

ବାହାଘର ପୂର୍ବଦିନ ଭାଙ୍ଗିଗଲା କନ୍ୟାର ହାତ ଗୋଡ, ବିବାହ ପାଇଁ ହସପିଟାଲରେ ପହଞ୍ଚିଲେ ବରଯାତ୍ରୀ

ବିବାହର ଗୋଟେ ଦିନ ପୂର୍ବରୁ ଭାଙ୍ଗିଗଲା କନ୍ୟାର ହାତ ଗୋଡ। ବରଯାତ୍ରୀ ଧରି ହସପିଟାଲରେ ପହଞ୍ଚିଲା ବର । ଆଉ ହ୍ଵିଲ ଚେୟାରରେ ବସିଥିବା କନ୍ୟାକୁ ବର ମାଳା ପିନ୍ଧାଇଲା ବର। ଏମିତି ଘଟଣା ରାଜସ୍ଥାନର କୋଟାରେ ଦେଖିବାକୁ ମିଳିଛି ।

ବିବାହ ବେଦୀରୁ ବେଳେ ବେଳେ ବର ଉଠି ପଳାଇଥିବା ଘଟଣା ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ । ବିବାହ ପୂର୍ବ ଦିନ କନ୍ୟା ହସପିଟାଲରେ ଭର୍ତ୍ତି ହେବା ପରେ ବରଯାତ୍ରୀ ଧରି ବର ହସପିଟାଲରେ ପହଞ୍ଚିବା ଘଟଣା ହୁଏତ ଆପଣ ଫିଲ୍ମରେ ଦେଖିଥିବେ । କିନ୍ତୁ ରିଅଲ ଲାଇଫରେ ନୁହେଁ । ଏମିତି ଏକ ଘଟଣା ରାଜସ୍ଥାନର କୋଟାରେ ଦେଖିବାକୁ ମିଳିଛି । ବିବାହର ଗୋଟେ ଦିନ ପୂର୍ବରୁ ସିଢିରୁ ଖସିପଡିବା ଯୋଗୁଁ କନ୍ୟାର ହାତ ଭାଙ୍ଗି ଯାଇଥିଲା। ତେଣୁ କନ୍ୟା ହସପିଟାଲରେ ଆଡମିଟ୍‌ ହୋଇଥିଲେ । ଆଉ ବରଯାତ୍ରୀ ଧରି ବିବାହ ପାଇଁ ହସପିଟାଲରେ ପହଞ୍ଚିଗଲେ ବର । ଯାହା ଏବେ ଭାଇରଲ ହେବାରେ ଲାଗିଛି ।

ଖବର ମୁତାବକ, ରାଜସ୍ଥାନ କୋଟା ଜିଲ୍ଲାର ରାମଗଞ୍ଜମଣ୍ଡି ଅଞ୍ଚଳ ଭାବପୁରାର । ବିବାହର ଗୋଟେ ଦିନ ପୂର୍ବରୁ ସିଢିରୁ ଖସିପଡିଥିଲେ କନ୍ୟା । ଗୁରୁତର ଭାବେ ଆହତ ହୋଇ କନ୍ୟା କୋଟାର ଏମ୍ବିଏସ୍ ହସ୍ପିଟାଲରେ ଭର୍ତ୍ତିହୋଇଥିଲେ । କନ୍ୟାଙ୍କ ହାତ ଓ ଗୋଡରେ ଆଘାତ ଲାଗିଥିଲା । କନ୍ୟା ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା । କିନ୍ତୁ ବାହାଘର ପୂର୍ବ ନିର୍ଦ୍ଧାରିତ ସମୟରେ ହେବାକୁ ନେଇ ଜିଦି ଧରିଥିଲେ ବରପକ୍ଷ । ତେଣୁ ହସପିଟାଲକୁ ବରଯାତ୍ରୀ ଧରି ପହଞ୍ଚିିଗଲେ ।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କନ୍ୟାଙ୍କୁ ବିବାହ କରିବା ପାଇଁ ବର ଏକ ବିବାହ ଶୋଭାଯାତ୍ରା ଧରି ପହଞ୍ଚିଥିଲେ। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ବିବାହ କରିଥିଲେ। ହସ୍ପିଟାଲର କଟେଜ ଓ୍ବାର୍ଡରେ ଏକ କୋଠରି ବୁକ୍ କରାଯାଇ ସଜାଯାଇଥିଲା ଏବଂ ଏଠାରେ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ କନ୍ୟା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.