Below header

ଆଜି ଭାରତର ସୂର୍ଯ୍ୟ ମିଶନ, ଦିନ ୧୧ଟା ୫୦ ମିନିଟରେ ମହାକାଶକୁ ଯାତ୍ରା କରିବ ଆଦିତ୍ୟ L1

ଆଉ କିଛି ଘଣ୍ଟାର ଅପେକ୍ଷା। ଇତିହାସ ସୃଷ୍ଟି କରିବ ଇସ୍ରୋ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ ସେଣ୍ଟରରୁ ଆଜି ଦିନ ୧୧ଟା୫୦ ମିନିଟରେ ଲଞ୍ଚ କରାଯିବ ଆଦିତ୍ୟ L1 । ୧୫ଲକ୍ଷ କିଲୋମିଟର ଦୂରରେ ଥିବା L-1 ପଏଣ୍ଟରେ ପହଞ୍ଚିବାକୁ ଆଦିତ୍ୟ L1କୁ ଶହେରୁ ୧୨୦ ଦିନ ସମୟ ଲାଗିବ ।

ନୂଆଦିଲ୍ଲୀ : ଆଉ କିଛି ଘଣ୍ଟାର ଅପେକ୍ଷା। ଇତିହାସ ସୃଷ୍ଟି କରିବ ଇସ୍ରୋ। ସୌର ଜଗତ ସକଳ ଶକ୍ତିର ଅନୁଧ୍ୟାନ ପାଇଁ ବାହାରିବ ଆଦିତ୍ୟ ଏଲ୍-୧। ସୂର୍ଯ୍ୟ ଅଭିମୁଖେ ବାହାରିବ ଇସ୍ରୋର ଯାନ। ଲଞ୍ଚପ୍ୟାଡରେ ପ୍ରସ୍ତୁତ ରହିଛି ଆଦିତ୍ୟ । କେବଳ କମାଣ୍ଡକୁ ଅପେକ୍ଷା । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ସ୍ପେସ ସେଣ୍ଟରରୁ ଆଜି ଦିନ ୧୧ଟା୫୦ ମିନିଟରେ ଲଞ୍ଚ କରାଯିବ ଆଦିତ୍ୟ L1 । PSLV-C57 ରକେଟ୍ ଜରିଆରେ ସୂର୍ଯ୍ୟ ମୁହାଁ ହେବ ସ୍ପେସକ୍ରାଫ୍ଟ।

୧୫ଲକ୍ଷ କିଲୋମିଟର ଦୂରରେ ଥିବା L-1 ପଏଣ୍ଟରେ ପହଞ୍ଚିବାକୁ ଆଦିତ୍ୟ L1କୁ ଶହେରୁ ୧୨୦ ଦିନ ସମୟ ଲାଗିବ । ପ୍ରଥମେ ଏହା ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ ହେବ। ଧୀରେ ଧୀରେ ଦୀର୍ଘ ଅଣ୍ଡାକୃତି କକ୍ଷପଥରେ ଘୂରି ଘୂରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବ। ପୃଥିବୀର ମାଧ୍ୟାକର୍ଷଣ ପ୍ରଭାବରୁ ବାହାରକୁ ଯିବା ମାତ୍ରେ ଆଦିତ୍ୟ L1ର କ୍ରୁଜ ପର୍ଯ୍ୟାୟ ଆରମ୍ଭ ହେବ। ଏହାପରେ ଲାଗ୍ରାଞ୍ଜ ପଏଣ୍ଟ ୱାନ ଚତୁଃପାର୍ଶ୍ବରେ ଥିବା ବିଶାଳ ହଲୋ ଅର୍ବିଟକୁ ଆଦିତ୍ୟ L1କୁ ପ୍ରେରଣ କରାଯିବ। ଏଥିରେ ରହିଛି ୭ଟି ପେଲୋଡ। ୪ଟି ପେଲୋଡ଼ ସୂର୍ଯ୍ୟଙ୍କ ଆଡ଼କୁ ସିଧା ମୁହଁ କରି ରହିବ। ଅନ୍ୟ ୩ଟି ପେଲୋଡ଼ ସୂର୍ଯ୍ୟର କଣିକା ଓ କ୍ଷେତ୍ର ଉପରେ ଅଧ୍ୟୟନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.