Below header

ଆସୁଛି ଲଘୁଚାପ, ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷିବ

ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଆଜି ବିଜୁଳି ଘଡ଼ିଘଡ଼ି ସହ ବର୍ଷା ପାଇଁ ୨୨ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ଲଘୁଚାପ । ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷିବ । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ଓ ୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ବିଜୁଳି ଘଡ଼ିଘଡ଼ି ସହ ବର୍ଷା ପାଇଁ ୨୨ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ପ୍ରବଳ ବର୍ଷା ନେଇ ୩ ତାରିଖରେ ୧୮ ଜିଲ୍ଲା ଓ ୪ ତାରିଖ ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାର କିଛି ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ରହିଛି । ୫ ତାରିଖରେ ବର୍ଷା ପ୍ରଭାବ କମିବ । ଦୁର୍ବଳ ମୌସୁମୀ ଯୋଗୁ ଅଗଷ୍ଟରେ ରାଜ୍ୟରେ ବର୍ଷା କମିଛି । ବଢ଼ିଛି ତାତି ଓ ଗୁଳୁଗୁଳି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଆହୁରି ୪୮ ଘଣ୍ଟା ଅନୁଭୂତ ହେବ ଗୁଳୁଗୁଳି। ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରେକର୍ଡ ହେଉଛି । ମୌସୁମୀ ଋତୁରେ ଏଯାଏ ୧୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୧୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୮ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.