Below header

କରୋନା ଯୋଦ୍ଧାଙ୍କୁ ଭାରତୀୟ ସେନା ତରଫରୁ ମିଳିଲା ସ୍ୱତନ୍ତ୍ର ସମ୍ମାନ, ଦେଶର ସମସ୍ତ କୋଭିଡ୍‌ ହସ୍ପିଟାଲରେ କରାଗଲା ପୁଷ୍ପ ବୃଷ୍ଟି

କରୋନା ଯୋଦ୍ଧାଙ୍କୁ ଭାରତୀୟ ସେନାର ସ୍ୱତନ୍ତ୍ର ସମ୍ମାନ । ଭୁବନେଶ୍ୱର କିମ୍‌ସ କୋଭିଡ୍‌ ହସ୍ପଟାଲ ସମେତ ଦେଶର ସମସ୍ତ କୋଭିଡ୍‌ ହସ୍ପିଟାଲରେ ପୁଷ୍ପ ବର୍ଷା କରାଯାଇଛି । ସମସ୍ତ ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ ଓ ଅନ୍ୟ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଉପରେ ପୁଷ୍ପ ବର୍ଷା କରିଛି ସେନା । ସେମାନଙ୍କ କାମକୁ ସମ୍ମାନ ଜଣାଇ ହେଲିକପ୍ଟର ଯୋଗେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ପୁଷ୍ପ ବର୍ଷା କରାଯାଇଛି । ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀମାନେ ବାହାରେ ଛିଡା ହୋଇଥିଲେ ।

corona

ସେମାନଙ୍କ ଉପରେ ହେଲିପ୍ଟର ଯୋଗେ ଫୁଲ ବର୍ଷା କରାଯାଇଥିଲା । ଦିଲ୍ଲୀର ପୋଲିସ ଓ୍ଵାର ମେମୋରିଆଲରେ ସଲାମୀ ଦେବା ସହ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ସେହିପରି ଫ୍ଲାଏ ପାଷ୍ଟ କରିଛି ବାୟୁସେନା । କୋଭିଡ ହସ୍ପିଟାଲ ଆଗରେ ବ୍ୟାଣ୍ଡ ବାଦନ କରିଛନ୍ତି ସ୍ଥଳସେନାର ଯବାନ । ସ୍ଥଳ, ଜଳ ଓ ବାୟୁ ସେନା ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ସମୁଦ୍ର ଭିତରେ ଯୁଦ୍ଧ ଜାହାଜକୁ ଆଲୋକିତ କରିବ ନୌସେନା ।

corona

ଜାହାଜ ଗୁଡିକୁ ଆଲୋକ ମାଳାରେ ସଜାଗଲାଣି । ନୌସେନାର ଯୁଦ୍ଧ ଜାହାଜ ଗୁଡିକ ଏବେ ଉପକୂଳ ମୁହାଁ ହୋଇଛନ୍ତି । ସମଗ୍ର ଦେଶ କରୋନା ୱାରିୟର୍ସ ପାଇଁ ଗର୍ବିତ । ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଉଦ୍ୟମ କରୁଛନ୍ତି ୩ ସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.