ଇରାଙ୍କ ପରେ ବଲିଉଡରେ ଏଣ୍ଟ୍ରି କଲେ ଆମରିଙ୍କ ଭାଣଜୀ ଜାୟନ, ଜ୍ୟାକଲିନଙ୍କ ସହିତ ଆସୁଛନ୍ତି ନଜର

ବଲିଉଡର ସୁପରଷ୍ଟାର ତଥା ମିଷ୍ଟର ପରଫେକନିଷ୍ଟଙ୍କ ଝିଅ ଇରାଙ୍କ ପରେ ଭାଣଜୀ ଜାୟନ ମେରୀ ଏବେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଜାୟନ ମେରୀଙ୍କ ଡିଜିଟାଲ ଡେବ୍ୟୁ ଫିଲ୍ମ ‘ମିସେଜ ସିରିଅଲ କିଲର’ର ଏକ ଭର୍ଚୁଆଲ ପ୍ରିମିୟର କରିଛନ୍ତି। ଏହି ଫଟୋରେ ଆମରି ଖାନା, କିରଣ ରାଓ ଏବଂ ଇରା ଖାନ ମଧ୍ୟ ନଜର ଆସିଛନ୍ତି।

ଜାୟନ ଆମରିଙ୍କ ସମ୍ପର୍କୀୟ ଭାଇ ମନସୁର ଖାନଙ୍କ କନ୍ୟା ଅଟନ୍ତି। ମନସୁର ଖାନ ଆମରିଙ୍କ ଫିଲ୍ମ ‘କୟାମତ ସେ କୟାମତ ତକ, ଜୋସ୍‌, ଅକେଲ ହମ୍‌ ଅକେଲ ତୁମ୍‌’ ଭଳି ଫିଲ୍ମର ନିର୍ଦ୍ଦେଶନା କରିସାରିଛନ୍ତି। ଏହି ଫଟୋକୁ ଇରା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ସୂଚନାଯୋଗ୍ୟ, ‘ମିସେସ ସିରିଅଲ କିଲର’ ୧ ମଇରୁ ରିଲିଜ ହେଲାଣି। ଯେଉଁଥିରେ ଜ୍ୟାକଲିନ ମଧ୍ୟ ପ୍ରମୁଖ ଭୂମିକାରେ ରହିଛନ୍ତି। ଏହାକୁ ଫରାହ ଖାନ ପ୍ରଯୋଜନା କରିଥିବା ବେଳେ ଶିରିଶ କୁନ୍ଦର ନିର୍ଦ୍ଦେଶନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.