Below header

କଦମ ତାଳରେ ପ୍ରକମ୍ପିତ ହେଲା ଦିଲ୍ଲୀ ରାଜପଥ, ସାରା ବିଶ୍ୱ ଦେଖିଲା ଭାରତର ଶକ୍ତି

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ରାଜପଥରେ ଦେଖିବାକୁ ମିଳିଛି ଦେଶର ଶକ୍ତି । ସାରା ବିଶ୍ୱକୁ ଶକ୍ତି ଦେଖିଛି ଭାରତ । ରାଜପଥ ଆକାଶରେ ଦମ ଦେଖାଇଲା ଭାରତୀୟ ବାୟୁ ସେନା । ଲଢ଼ୁଆ ଯୁଦ୍ଧ ବିମାନ ଦେଖାଇଥିଲେ ରଣ କୌଶଳ । ପ୍ରଥମ ଥର ପାଇଁ ପରେଡରେ ରାଫେଲ ବିମାନ ଉଡିଥିଲା ।

india parade୯୦୦ କିଲୋମିଟର ବେଗରେ ଆକାଶରେ ଉଡିଥିଲା ରାଫେଲ । ସାରା ବିଶ୍ୱ ଦେଖିଥିଲା ଭାରତୀୟ ବାସୁସେନାର ଶକ୍ତି । ରାଫେଲ ସହ ସୁଖୋଇ, ମିଗ୍‌ ବିମାନ ଆକାଶରେ କୌଶଳ ଦେଖାଇଛନ୍ତି । ଏହାସହ ଆପାଚି ଓ ଚିନୁକ୍‌ ହେଲିକପ୍ଟର ଲଢ଼ୁଆ ବିମାନ ଆକାଶରେ ଉଡ଼ିଥିଲା । ଅତି ସୁନ୍ଦର ଭାବେ ଜାଗୁଆର ବିମାନ ମଧ୍ୟ ଆକାଶରେ ରଣ କୌଶଳ ଦେଖାଇଥିଲା । ଡାକୋଟା ବିମାନ ମଧ୍ୟ ପରେଡରେ ସାମିଲ ହୋଇଥିଲା । ଏହା ସହ ବିଭିନ୍ନ ଅଞ୍ଚଳର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ।

rafelaରାଷ୍ଟ୍ରପତି ଭବନରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ହୋଇଥିଲା ପରେଡ୍‌ । ଦୀର୍ଘ ୫୫ ବର୍ଷ ପରେ ଏଥର ପ୍ରଥମ ଥର ପାଇଁ ଜାତୀୟ ପରେଡ୍‌ରେ ବାହାର ଦେଶର ଅତିଥି ଯୋଗଦେଇନାହାଁନ୍ତି। ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ସମେତ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.