କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରା: ଚିଲ୍ଲା ବର୍ଡରରେ ଷ୍ଟଣ୍ଟ କରୁଥିବା ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର, VIDEOରେ ଦେଖନ୍ତୁ କେମିତି ହେଲା ଦୁର୍ଘଟଣା

ତିନି କୃଷି ଆଇନକୁ ବିରୋଧ କରି କୃଷକମାନେ ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ଶୋଭାଯାତ୍ରା କରୁଛନ୍ତି। ଦିଆଯାଇଥିବା ସମୟ ପୂର୍ବରୁ ହିଁ ସେମାନେ ସିଂଘୁ ଓ ଟିକରୀ ବର୍ଡରରେ ବ୍ୟାରିକେଡ୍‌ସ ଭାଙ୍ଗି ଦେଇଥିଲେ, ଯେଉଁ କାରଣରୁ ଉତ୍ତେଜନା ଲାଗିରହିଛି। ପୋଲିସ ଏହା ପୂର୍ବରୁ କହିଥିଲା ଯେ ଦିଲ୍ଲୀ ଆସିବାକୁ ଥିବା ସମସ୍ତ ବର୍ଡରକୁ ସିଲ୍‌ କରି ଦିଆଯାଇଛି, କିନ୍ତୁ ଏବେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜି ଥିବାରୁ ପୋଲିସ ପାଇଁ ଶାନ୍ତି ବଜାୟ ରଖିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି।

ସେପଟେ ଖବର ଆସିଛି କି, ଚିଲ୍ଲା ବର୍ଡରରେ ଷ୍ଟଣ୍ଟ କରୁଥିବା ବେଳେ ଏକ ଟ୍ରାକ୍ଟର ଓଲଟି ପଡ଼ିଛି। ଏହା ତଳେ ଚାପି ହୋଇ ରହିଥିବା ୨ ଲୋକଙ୍କୁ ବହୁତ କଷ୍ଟରେ ବାହାର କରାଯାଇଛି। ଦୁଇଜଣ ଯାକ ହିଁ ଆହତ ହୋଇଛନ୍ତି। ଜଣାପଡ଼ିଛି, ସେମାନେ ଟ୍ରାକ୍ଟରକୁ ବୁଲାଇ ବୁଲାଇ ଷ୍ଟଣ୍ଟ କରୁଥିବା ବେଳେ ଚାଳକ ହଠାତ୍‌ ଭାରସାମ୍ୟ ହରାଇ ବସିଥିଲେ, ଯାହାଫଳରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। କହି ରଖୁଛୁ, ନୋଏଡା ଟର୍ନରେ ମଧ୍ୟ କୃଷକମାନେ ବ୍ୟାରିକେଡ୍‌ସ ଭାଙ୍ଗି ଦେଇଛନ୍ତି। ଫଳରେ ପୋଲିସ ସେମାନଙ୍କ ଉପରକୁ ଟିୟର ଗ୍ୟାସ୍‌ ଛାଡ଼ିଛି।

 

View this post on Instagram

 

A post shared by NDTV India (@ndtvindia)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.