ଟମାଟର ଅଧିକ ଖାଉଛନ୍ତି କି ? ସାବଧାନ ହୋଇପାରେ ଷ୍ଟୋନ ଏବଂ ଗଣ୍ଠିରେ ଯନ୍ତ୍ରଣା

ଟମାଟର ଏମିତି ଏକ ଫଳ, ଯାହାକୁ ଆପଣ କଞ୍ଚା ହେଉ ତରକାରୀ କିମ୍ବା ଭାଜି ଆପଣ ଖାଇପାରିବେ। ଏହାକୁ ଅଧିକାଂଶ ଲୋକ ଖାଇବାକୁ ବେଶୀ ପସନ୍ଦ ମଧ୍ୟ କରନ୍ତି। ଟମାଟ ଖାଇବା ଶରୀର ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ। ଏହାକୁ ଖାଇବା ଏବଂ ବ୍ଯବହାର କରିବା ଦ୍ବାରା ସୌନ୍ଦର୍ଯ୍ଯ ବଢିଥାଏ। ଲାଲ ଟମାଟର ଚେହେରାର ଟ୍ଯାନିଂ ଦୂର କରିଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରପୂର ରହିଥାଏ, ଯାହା ଅତି ବାଇଗଣୀ କିରଣରୁ ତ୍ବଚାକୁ ସୁରକ୍ଷା ଦେଇଥାଏ।

ଖାଇବାର ସ୍ବାଦ ବଢାଇବା ଠାରୁ ଆରମ୍ଭ କରି ଚେହେରା ପାଇଁ ବହୁତ ଗୁଣକାରୀ। କିନ୍ତୁ ଅଧିକ ଟମାଟର ଖାଇବା କିମ୍ବା ବ୍ଯବହାର କରିବା ମଧ୍ୟ କ୍ଷତିକାରକ ହୋଇଥାଏ। ଅଧିକ ମାତ୍ରାରେ ଟମାଟର ଖାଇବା କେଉଁ ସମସ୍ଯାର ସାମ୍ନା କରିବାକୁ ପଡିଥାଏ।

tamato2

 

ପ୍ରତିଦିନ ଅଧିକ ମାତ୍ରାରେ ଟମାଟର ଖାଇବା ଦ୍ବାରା କିଡନୀ ଷ୍ଟୋନ ହୋଇଥାଏ। ଟମାଟରରେ ଭରପୂର କ୍ଯାଲସିୟମ ଏବଂ ଅକ୍ସାଲେଟ ରହିଥାଏ, ଯାହା ଶରୀରରେ ଅଧିକ ମାତ୍ରାରେ ରହିଥାଏ। ଯାହାକୁ ମେଟାବୋଲାଇଜ କରିବା ସହଜ ନୁହେଁ।

ଟମାଟର ସାଲୋମନେଲା ନାମକ ବ୍ଯାକ୍ଟେରିଆ ରହିଥାଏ। ଯାହା ଶରୀରରେ ପ୍ରବେଶ କରି ଡାଇରିଆର କାରଣ ପାଲଟିଥାଏ। ୭୫ ଗ୍ରାମରୁ ଅଧିକ ମାତ୍ରାରେ ଟମାଟ ଖାଇବା କ୍ଷତିକାରଣ। ଏହାକୁ ଅଧିକ ଖାଇଲେ ଗଣ୍ଠି ଫୁଲିବା ଏବଂ ଯନ୍ତ୍ରଣା ହୋଇଥାଏ। ଏଥିରେ ସେଲୋନିନ ନାମକ କ୍ଷାର ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.