ହେବ ନାହିଁ ବରୁଣ ଧଓ୍ଵନ-ନତାଶା ଦଲାଲ୍‌ଙ୍କ ଫେବୃଆରୀ ୨ର ବାହାଘର ଭୋଜି ! ଅଙ୍କଲ ଅନିଲ ଧଓ୍ଵନ କହିଲେ ଏମିତି କଥା

ବଲିଉଡ୍‌ ଆକ୍ଟର ବରୁଣ ଧଓ୍ଵନ ଓ ଫ୍ୟାଶନ ଡିଜାଇନର ନତାଶା ଦଲାଲ ୨୪ ଜାନୁଆରୀରେ ଅଲିବାଗରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏବେ ଏହି ଦୁଇଜଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଖବର ରହିଥିଲା କି, ବିବାହ ପରେ ବରୁଣ-ନତାଶାଙ୍କ େଓ୍ଵଡିଂ ରିସେପ୍ସନ ଆସନ୍ତା ଫେବୃଆରୀ ୨ରେ ଆୟୋଜନ ହେବ। କିନ୍ତୁ ଏହାକୁ ଏକ ଗୁଜବ ବୋଲି କହିଛନ୍ତି ବରୁଣ ଧଓ୍ଵନଙ୍କ ଅଙ୍କର ଅନିଲ ଧଓ୍ଵନ। ସେ କହିଛନ୍ତି, ‘ସେମିତି କିଛି ନାହିଁ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହିବେ। ଆପଣମାନେ ଯାହା ବି ଶୁଣୁଛନ୍ତି, ତାହା ସତ ନୁହେଁ’।

କହି ରଖୁଛୁ, ବିବାହରେ ଯୋଗ ଦେଇଥିବା ଅତିଥି ଏବଂ ପରିବାର ସହ ବରୁଣ ଓ ନତାଶା ମୁମ୍ବାଇ ଫେରି ଆସିଛନ୍ତି। ତେବେ ପୂର୍ବରୁ ଅନିଲ ଧଓ୍ଵନ କହିଥିଲେ ଯେ ବରୁଣଙ୍କ ଜେନେରେଶନରେ ଏହା ପରିବାରର ଶେଷ ବିବାହ। ରୋହିତ(ବରୁଣଙ୍କ ଭାଇ)ଙ୍କର ବିବାହ ସରିଛି, ତ ଏହା କମ୍ପ୍ଲିଟ୍‌ ସର୍କଲ ହୋଇଯିବ। ପରିବାର ଲୋକଙ୍କ ଉପସ୍ଥିତିରେ ଆମେ ବିବାହ ରୀତିନୀତି କରୁଛୁ। କିଛି ବି ବଡ଼ ହେଉନାହିଁ। ସୂଚନାଥାଉ କି, କୋଭିଡ୍‌-୧୯ ଯୋଗୁ ବରୁଣଙ୍କ ବିବାହରେ ପାଖାପାଖି ୫୦ ଲୋକ ସାମିଲ ହୋଇଥିଲେ।

 

View this post on Instagram

 

A post shared by VarunDhawan (@varundvn)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.