ଜୟ ଯବାନ ଜୟ କିଷାନ, ବିଜ୍ଞାନରେ ହାସଲ କରିଛନ୍ତି ସ୍ନାତକ ଡିଗ୍ରୀ କିନ୍ତୁ ଏବେ ସାଜିଛନ୍ତି ସଫଳ ଚାଷୀ

କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର, ସେଥିପାଇଁ ତ ପ୍ରତିଟି ଭାରତୀୟ କହି ଥାଆନ୍ତି ଜୟ ଯବାନ ଜୟ କିଷାନ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ସଫଳ ଚାଷୀଙ୍କୁ ଭେଟ କରାଇବୁ। ଯିଏ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଆଦରି ନେଇଛନ୍ତି ଚାଷ କାର୍ଯ୍ୟକୁ।ଆଠଗଡ ତିଗିରିଆ ବ୍ଲକ ଅନ୍ତର୍ଗତ ସୁଦର୍ଶନପୁର ଗାଁର ପ୍ରସନ୍ନ ରାଉତ। ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ନିଜର ଭବିଷ୍ୟତ ଆଶାକୁ ଆଖିରେ ରଖି ଚାକିରୀ ପାଇଁ ଘୁରି ବୁଲିଲେ। ଶେଷରେ ନିରାଶ ହୋଇ ପାଞ୍ଚଗାଁର ନୂଆ ସଡ଼କ ଛକ ନିକଟରେ ଏକ ହୋଟେଲ କରି ନିଜର ଗୁଜୁରାଣ ମେଣ୍ଟଇଲେ। ଆଜିର ମହଙ୍ଗା ଯୁଗରେ ହୋଟେଲରୁ ପ୍ରତିଦିନର ରୋଜଗାର ନିଜ ପରିବାର ପାଇଁ ନିଅଣ୍ଟ ପଡିଲା। ଶେଷରେ କିଛି ଚାଷ କରିବା ପାଇଁ ମନବଲାଇ ଟାଙ୍ଗରା ଭୁଇଁରେ ସୁନାର ଫସଲ ଫଳାଇଛନ୍ତି ଏହି ସଫଳ ଚାଷୀ।

ଯେଉଁଠି ଦିନେ ଅନାଵନା ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ସେଠି ଆଜି ଫଳିଛି ସୁନାର ଫସଲ। ବାଇଗଣ, ବନ୍ଧାକୋବି, ଫୁଲକୋବି, ଆଳୁ , କଦଳୀ, ଆମ୍ବ, କାଜୁ ଏବଂ ହରଡ଼ ଭଳି ଭଳିକି ଭଳି ଫସଲ କରିଛନ୍ତି। ଖାଲି ସେତିକି ନୁହେଁ ଦେଶୀ ବିଦେଶୀ କୁକୁଡ଼ା ମଧ୍ୟ ପାଳନ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ପ୍ରସନ୍ନ। ନିଜେ ରୋଜଗାର କରିବା ସହିତ ପ୍ରତିଦିନ ପଚିଶରୁ ଉର୍ଦ୍ଧ୍ବ ପରିବାରକୁ ରୋଜଗାର କ୍ଷମ କରିଛନ୍ତି ପ୍ରସନ୍ନ। ଏହି ଚାଷ କାମ କରି ଖୁବ ଆତ୍ମସନ୍ତୋଷ ଅନୁଭବ କରିବା କଥା କହିଛନ୍ତି ପ୍ରସନ୍ନ।

farmrଏହି ଚାଷ କାମ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ୍ୟ ଆତ୍ମନିର୍ଭରଶୀଳ କରିଛନ୍ତି ପ୍ରସନ୍ନ। ମହାମାରୀ କରୋନା ଭଳି ମହା ବିପଦ ସମୟରେ ମଧ୍ୟ ଏହି ଚାଷ କାମରେ ନିୟୋଜିତ କରି ଗରିବ ଲୋକ ମାନଙ୍କୁ ନିଶ୍ଚିତ ରୋଜଗାର କରାଇବା ସହ ସେମାନଙ୍କ ପରିବାର ଲୋକ ମାନଙ୍କ ମୁହଁରେ ହସ ଫୁଟାଇଛନ୍ତି। ପ୍ରତିଦିନ ଦଶରୁ ପନ୍ଦର ଜଣ ମଜୁରିଆ ଏହି ଚାଷ କାମରେ ନିୟୋଜିତ ହୋଇ ରୋଜଗାରକ୍ଷମ ହୋଇପାରୁଛନ୍ତି।

ତେବେ ଆମେ ତ ଏଠି କହିବୁ କର୍ମ ହିଁ ଭଗବାନ, ସେ ଛୋଟ ହେଉ ଅବା ବଡ଼, ଇଛାଶକ୍ତି ଆଗରେ କଠିନ ରୁ କଠିନ କାମବି ହାରମାନି ଥାଏ, ଯାହାର ଫଳ ସ୍ୱରୂପ ଅନ୍ୟ ମାନଙ୍କ ପାଇଁ ପ୍ରସନ୍ନ ରାଉତ ଉଦାହରଣ ସୃଷ୍ଟି କରି ପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.