Below header

ଆଇସକ୍ରିମ କାଠିରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପୁରୀର ଯୁବଶିଳ୍ପୀ ବିଶ୍ୱଜିତ୍ ନାୟକ, ତିଆରି କଲେ ସୁନ୍ଦର କଳାକୃତି

ପୁରୀ: କିଛି କରି ଦେଖାଇବାର ଆଗ୍ରହ ଥିଲେ ସବୁ କିଛି କରିପାରିବ ମଣିଷ। ତେଣିକି ବୟସ ଯେତେ ବି ହୋଇଥାଉ ନା କାହିଁକି। ପୁରୀର ଏମିତି ଜଣେ ଯୁବଶିଳ୍ପୀ ଯିଏ କିଛି ଭିନ୍ନ ପ୍ରକାରେ ସାରା ଦେଶକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି। ସେ ହେଉଛନ୍ତି ଯୁବଶିଳ୍ପୀ ବିଶ୍ୱଜିତ ନାୟକ। ଯିଏକି ଆଇସକ୍ରିମ କାଠିରେ ପୁଣି ଥରେ ଏକ ସୁନ୍ଦର କଳାକୃତି ର୍ନିମାଣ କରିଛନ୍ତି।

୭୨ତମ ସାଧାରଣ ଦିବସ ଉପାଲକ୍ଷେ ବିଶ୍ୱଜିତ ୫୭୫ଟି ଆଇସକ୍ରିମ କାଠି ବ୍ଯବହାର କରି ୧୫ଇଞ୍ଚ ଉଚ୍ଛତା ବିଶିଷ୍ଟ ଏହି କଳାକୃତି ତିଆରି କରିଛନ୍ତି। ଏଥିପାଇଁ ବିଶ୍ୱଜିଙ୍କୁ ଲାଗିଥିଲା ୪ ଦିନ ସମୟ । ଜାତୀୟ ବୀର, ସ୍ବାଧୀନତା ସଂଗ୍ରାମୀ ଓ ଯୋଦ୍ଧାଙ୍କୁ ମନେପକାଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଓ ଭାରତର ମଜବୁତ ଗଣତନ୍ତ୍ରର ସମ୍ମାନ ଓ ସୁରକ୍ଷା କରିବା ପାଇଁ ବିଶ୍ୱଜିତ ଏହି କଳାକୃତି ମାଧ୍ୟମରେ ସଚେତନ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.