ଅକ୍ଷୟ କୁମାର ସେୟାର କଲେ FAU-G ର ଭିଡିଓ, ଜଲଦି ଦେଖିନିଅନ୍ତୁ ଡାଉନଲୋଡ୍ ଲିଙ୍କ

ଲଞ୍ଚ ହେଲା ସ୍ବଦେଶୀ ଆପ୍ FAU-G। ପବଜୀକୁ ମାତ ଦେବା ପାଇଁ ଏହି ଆପ୍ ଲଞ୍ଚ ହୋଇଛି। ଯାହାକୁ ଖିଲାଡି କୁମାର ଅକ୍ଷୟ କୁମାର ଟ୍ବିଟରରେ ସେୟାର କରିଛନ୍ତି। ସେ ଏହି ଭିଡିଓ କ୍ଯାପସନରେ ଲେଖିଛନ୍ତି, ‘ ଶତ୍ରୁକୁ ସାମ୍ନା କର, ନିଜ ଦେଶ ପାଇଁ ଲଢ। ଆମ ଧ୍ବଜର ରକ୍ଷା କର। ଭାରତର ସବୁଠାରୁ ଆଣ୍ଟିସିପେଟେଡ ଆକ୍ସନ ଗେମ Fearless and United Guards FAU-G। ଆଜିରୁ ମିଶନ ଆରମ୍ଭ କରିଦିଅନ୍ତୁ। ଏହି ଭିଡିଓ ସେୟାର କରି ଅକ୍ଷୟ ଗଲୱାନ ଘାଟି ବିଷୟରେ ଚର୍ଚ୍ଚା କରିଛନ୍ତି।

FAU-G ପବଜୀ ମୋବାଇଲ ଅପସନରେ ନଜର ଆସିବ। ସବୁଠାରୁ ଖାସ୍ କଥା ହେଲା କି, ଏହି ଗେମ୍ ଲଞ୍ଚ ହେବା ପୂର୍ବରୁ ଗୁଗଲ ପ୍ଲେ ଷ୍ଟୋରରେ ୪୦ ଲକ୍ଷରୁ ଅଧିକ ପ୍ରି ରେଜିଷ୍ଟ୍ରେସନ ହୋଇସାରିଛି। FAU-G ଡେଭଲପର ncore ଏହି ବିବରଣୀ ସେୟାର କରିଛି।

ଏହି ଗେମ୍ ଆଣ୍ଡ୍ରଏଡ ୮ କିମ୍ବା ତା’ ଠାରୁ ଅପଗ୍ରେଡଟ୍ ଭର୍ସନର ସପୋର୍ଟ କରିବ। ଯଦି ଆପଣ ଆଣ୍ଡ୍ରଏଡ ୮ ଠାରୁ ପୁରୁଣା ଅପରେଟିଂ ସିଷ୍ଟମ ସ୍ମାର୍ଟଫୋନ ୟୁଜ କରୁଛନ୍ତି ତେବେ ସେହି ସ୍ମାର୍ଟଫୋନରେ FAU-G ଗେମକୁ ଡାଉନଲୋଡ କରିପାରିବେ ନାହିଁ। ଏହାସହିତ ଏହି ଗେମ୍ iOS ବେସଡ ଆଇଫୋନ ଏବଂ ଆଇପ୍ଯାଡ ପାଇଁ ରେଜିଷ୍ଟ୍ରେସନ ମିଳିବ ନାହିଁ।

https://play.google.com/store/apps/details?id=com.ncoregames.faug

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.