ଭାରତରୁ ସ୍ଥାୟୀ ଭାବେ ହଟିଲା ୫୭ଟି ଚାଇନିଜ୍‌ ଆପ୍‌

ନୂଆଦିଲ୍ଲୀ(କେ ନ୍ୟୁଜ): ଭାରତରୁ ସ୍ଥାୟୀ ଭାବେ ହଟିଲା ୫୭ଟି ଚାଇନିଜ୍‌ ଆପ୍‌ । ଗତବର୍ଷ ଗଲଓ୍ଵାନ ସଂଘର୍ଷ ପରେ ଟିକଟକ୍‌, ଓ୍ଵିଚାଟ୍‌ ସମେତ ୫୭ଟି ଚାଇନିଜ୍‌ ଆପ୍‌ ଉପରେ ଜୁନ୍‌ ୨୯ରେ ବ୍ୟାନ୍‌ ଲଗାଇଥିଲେ ଭାରତ ସରକାର । ଭାରତର ସାର୍ବଭୌମତା ଓ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ବ୍ୟାନ କରାଯାଇଥିଲା । ତେବେ ସବୁ ଆପ୍‌କୁ ନୋଟିସ୍‌ ଜାରି କରାଯାଇଥିଲା।

ସନ୍ତୋଷଜନକ ଉତ୍ତର ନମିିଳିବାରୁ ସାନି ନୋଟିସ୍‌ କରି ସ୍ଥାୟୀ ବ୍ୟାନ୍‌ ଲଗାଇଛନ୍ତି ଭାରତ ସରକାର । ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଇନଫରର୍ମେସନ୍‌ ଟେକ୍ନୋଲୋଜି ପକ୍ଷରୁ ନୋଟିସ୍‌ ଜାରି ହୋଇଛି । ବିଭିନ୍ନ ପର୍ଯ୍ୟାୟରେ ମୋଟ ୨୨୦ ଆପ୍‌ ଉପରେ ସରକାର ବ୍ୟାନ ଲଗାଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.