ଭାରତରେ ଖୁବଶୀଘ୍ର ଲାପଟପ୍ ଲଞ୍ଚ କରିପାରେ Realme, ସାଓମୀକୁ ଦେବ ଟକ୍କର

ଚୀନ ସ୍ମାର୍ଟଫୋନ ମେକର ରିଅଲ ମି ଖୁବଶୀଘ୍ର ଭାରତୀୟ ବଜାରରେ ଲାପଟପ୍ ଲଞ୍ଚ କରିବାକୁ ଯାଉଛି। ସାଓମୀ ପୂର୍ବରୁ ଭାରତରେ ଲାପଟପ୍ ଲଞ୍ଚ କରିସାରିଛି। ଏଥିପାଇଁ ସାଓମୀକୁ ଟକ୍କର ଦେବା ପାଇଁ ରିଅଲ ମି ଯୋଜନା ଚଳାଇଛି।

ସୂଚନା ମୁତାବକ, ଚଳିତବର୍ଷ ଜୁନ୍ ବେଳକୁ ଭାରତରେ ରିଅଲ ମି ଲାପଟପ୍ ଲଞ୍ଚ କରିପାରେ। କମ୍ପାନୀ ବହୁତ ଜଲଦି ନିଜର ପ୍ରଡକ୍ଟ ଲାଇନରେ ପରିବର୍ତ୍ତନ ଆଣିବାକୁ ଯାଉଛି। କମ୍ପାନୀ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି AIoT ପ୍ରସ୍ତୁତ କରୁଛି। ୨୦୧୯ରୁ ସାଓମୀ ପରେ ରିଅଲମି ନିଜର କାରବାର ଦ୍ରୁତଗତିରେ ବଢାଉଛି। ବହୁତ କମ୍ ସମୟ ମଧ୍ୟରେ ଅନେକ ପ୍ରଡକ୍ଟ ଲଞ୍ଚ ମଧ୍ୟ କରିଛି। ରିଅଲ ମି ନିକଟରେ ସ୍ମାର୍ଟଫୋନ, ସ୍ମାଟ ଟିଭି, ସ୍ମାର୍ଟ ଅଡିଓ ପ୍ରଡକ୍ଟସ, ସ୍ମାର୍ଟ କ୍ଯାମେରା, ସ୍ମାର୍ଟ ପ୍ଲଗସ, ଇଲେଟ୍ରିକ ଟୁଥବ୍ରସ ଭଳି ଅନେକ ପ୍ରଡକ୍ଟ ଲଞ୍ଚ କରିଛି।

laptop

ରିଅଲ ମି ଲାପଟପ୍ ଲଞ୍ଚ କରିବା ପାଇଁ ODM ସହିତ ପାଟନରସିପ କରିବାକୁ ହେବ ନଚେତ ନିଜକୁ ସବୁକିଛି କରିବାକୁ ହେବ। ଭାରତରେ ଲାପଟପର ଡିମାଣ୍ଡକୁ ଦେଖି ମାର୍କେଟରେ ସାଓମୀ, ନୋକିଆ ଏବଂ Vaio ଭଳି ବ୍ରାଣ୍ଡ ଲାପଟପ ଭାରତରେ ଲଞ୍ଚ କରୁଛି। ଏବେ ରିଅଲ ମି ଜୁନ୍ ସୁଦ୍ଧା ଏମାନଙ୍କ ସହିତ ଯୋଡି ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.