Below header

ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି କହିଲେ ଚାଷୀ ସଙ୍ଗଠନ ହେଲେ ବୁଲିଲା ଖଣ୍ଡା, ତଲ୍ୱାର ଆଉ ଟ୍ରାକଟର : ଏଯାବତ ରୁଜୁ ହେଲାଣି ୧୫ଟି ମାମଲା

ନୂଆଦିଲ୍ଲୀ(କେ ନ୍ୟୁଜ): ଦିଲ୍ଲୀରେ ଚାଷୀ ଆନ୍ଦୋଳନରେ ହିଂସାକୁ ନେଇ ସବୁଠି ପ୍ରତିକ୍ରିୟା ଦେଖିବାକୁ ମିଳିଛି । କୃଷକ ସଙ୍ଗଠନ ସିଂଘୁ ବର୍ଡରକୁ ଫେରିଛନ୍ତି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି କହିଛି ଚାଷୀ ସଙ୍ଗଠନ । ଏପଟେ ଟ୍ରାକ୍ଟର ପରେଡ୍‌ ହିଂସାକୁ ଗୁରତର ସହ ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ଏନେଇ ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଓ ଦିଲ୍ଲୀ ପୋଲିସ୍‌ କମିଶନର ଏସଏନ୍‌ ଶ୍ରୀବାସ୍ତବ ଉପସ୍ଥିତ ଥିଲେ ।

ସମୟ ପୂର୍ବରୁ ବ୍ୟାରିକେଡ୍‌ ଭାଙ୍ଗି ଚାଷୀ କିଭଳି ଦିଲ୍ଲୀ ଭିତରେ ପଶିିଲେ ତାର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ହିଂସା ନେଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୧୫ଟି ମାମଲା ରୁଜୁ ହୋଇଛି । କେତେ କ୍ଷତି ହୋଇଛି, ଏହାର ଏକ ରିପୋର୍ଟ ମଧ୍ୟ ଦିଲ୍ଲୀ ପୋଲିସ କରିଛି । ଅନ୍ୟପଟେ ସଂଧ୍ୟା ପୂର୍ବରୁ ଧାରଣା ସ୍ଥଳକୁ ଚାଷୀମାନେ ଫେରିବା ଆରମ୍ଭ କରିଥିବା ବେଳେ ଦିଲ୍ଳୀ ଭିତରେ ଏବେ ବି ହଜାର ହଜାର ସଂଖ୍ୟାରେ ଚାଷୀ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଧାରଣା ସ୍ଥଳକୁ ଫେରିଯିବା ପାଇଁ ଦିଲ୍ଲୀ ପୋଲିସ ନିବେଦନ କରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.