ପୌଷ ପୂର୍ଣ୍ଣିମା: ମହାସ୍ନାନ ସମୟରେ ଗ୍ରହମାନଙ୍କ ମଧ୍ୟରେ ପଡୁଛି ଅଦ୍ଭୁତ ସଂଯୋଗ

ପୌଷ ମାସ ସୂର୍ଯ୍ଯଦେବଙ୍କ ମାସ। ପୂର୍ଣ୍ଣିମା ତିଥି ଚନ୍ଦ୍ରମାଙ୍କ ତିଥି ହୋଇଥାଏ। ସୂର୍ଯ୍ଯ ଏବଂ ଚନ୍ଦ୍ର ମଧ୍ରେ ଏହା ଅଦ୍ଭୁତ ସଂଯୋଗ କେବଳ ପୌଷ ମାସରେ ହିଁ ମିଳିଥାଏ। ଏଥିପାଇଁ ଏହି ଦିନରେ ଦୁହିଁଙ୍କ ଉପାସନା କରି ମନୋକାମନା ପୂର୍ଣ୍ଣ କରିପାରିବେ। ଚଳିତବର୍ଷ ପୂର୍ଣ୍ଣିମା ୨୮ ଜାନୁଆରୀକୁ ପଡୁଛି।

କେଉଁ ଗ୍ରହ ସହିତ କ’ଣ ରହିଛି ସଂଯୋଗ ?

ସୂର୍ଯ୍ଯ, ଶନି, ବୃହସ୍ପତି ଏବଂ ଶୁକ୍ରଙ୍କ ସଂଯୋଗ ରହିଛି। ଗୁରୁ, ମଙ୍ଗଳ ଏବଂ ଚନ୍ଦ୍ରର ଅଦ୍ଭୁତ ସଂପର୍କ ରହିଛି। ଏହି କାରଣରୁ ଅମ୍‌ତ ବର୍ଷା ହେବ ଏବଂ ପବିତ୍ରତା ଭରି ରହିବ। ଏହି ଦିନରେ ଗୁରୁ ପୁଷ୍ଯ ନକ୍ଷତ୍ରରେ ରହିବ।

purnima

ସକାଳେ ସ୍ନାନ କରିବା ପୂର୍ବରୁ ପ୍ରଥମ ଜଳ ମୁଣ୍ଡ ଉପରେ ଲଗାଇ ପ୍ରଣାମ କରନ୍ତୁ। ତା’ ପରେ ସ୍ନାନ କରିବା ଆରମ୍ଭ କରନ୍ତୁ। ସ୍ନାନ କରିବା ପରେ ସୂର୍ଯ୍ଯଙ୍କୁ ଅର୍ଘ୍ଯ ଅର୍ପଣ କରି ଧଳା ବସ୍ତ୍ର ଧାରଣ କରି ମନ୍ତ୍ର ଜାପ କରନ୍ତୁ। ମନ୍ତ୍ର ଜପ କରେ ବସ୍ତୁ ଦାନ କରନ୍ତୁ। ଏହି ଦିନ ଜଳ ଏବଂ ଫଳ ଗ୍ରହଣ କରି ଉପବାସ କରନ୍ତୁ।

ଏହାଛଡା ଏହିଦିନରେ ଦୁଃଖୀ, ଦରିଦ୍ର ଲୋକ ହେଉ ଅବା ବ୍ରାହ୍ମଣକୁ ଭୋଜନ ସହ ଦାନ ଦକ୍ଷିଣା ମଧ୍ୟ ଦିଅନ୍ତୁ। ଦାନ କରିବା ସମୟରେ ରାଶି, ଗୁଡ, କମ୍ବଳ ଦେବାକୁ ଚେଷ୍ଟା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.