Below header

କାଲିମେଳା ତହସିଲର ବରିଷ୍ଠ କିରାଣୀ ଶଶି ଶେଖର ସେଠୀ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ, ଭାଇରାଲ ହେଉଛି ଭିଡିଓ

ମାଲକାନଗିରି(କେ ନ୍ୟୁଜ):  ଜମି ପଟ୍ଟା ନେଇ ଲାଞ୍ଚ ନେଉଥିବା ଏକ ଦୃଶ୍ୟ ଭାଇରାଲ ହୋଇଛି । ମାଲକାନଗିରି ଜିଲ୍ଲା କାଲିମେଳା ତହସିଲର ବରିଷ୍ଠ କିରାଣୀ ଶଶି ଶେଖର ସେଠୀ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହୋଇଛି। ଯୋଗ୍ୟ ନଥିବା ଜମିକୁ ହସ୍ତାନ୍ତର କରିବା ପାଇଁ ଶଶି ଶେଖର ୫୦ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଏହି ଲାଞ୍ଚ ନେବାର ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି।

ପୂର୍ବରୁ ଜମିପଟ୍ଟା ବଣ୍ଟନକୁ ନେଇ କାଲିମେଳା ତହସିଲର ଜଣେ RI ଏବଂ କିରାଣୀଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଥିଲେ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ତହସିଲଦାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.