Below header

ବଢ଼ିବ ଭାରତୀୟ ନୌସେନାର ବଳ, ଆମେରିକା ଠାରୁ ଭାରତ କିଣିବ F-18 ଲଢୁଆ ବିମାନ

ଆହୁରି ବଢ଼ିବ ଭାରତୀୟ ନୌସେନାର ବଳ । ଆମେରିକାରୁ ଭାରତ କିଣିବ ଏଫ-୧୮ ଲଢୁଆ ବିମାନ । ଏଥିପାଇଁ ଆମେରିକା ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ଗତକାଲି ଟୁ ପ୍ଲସ ଟୁ ଆଲୋଚନା ପରେ ଭାରତୀୟ ନୌସନାକୁ ନାଭାଲ ଫାଇଟର ଏୟାରକ୍ରାଫ୍ଟ-୧୮ ଯୋଗାଣ ନେଇ ଆମେରିକା ସରକାରଙ୍କ ଆଗ୍ରହ ବଢିଥିବା ଜଣାଯାଇଛି ।

ଏଫ-୧୮ ଲଢୁଆ ବିମାନ ସହ ଚାଳକବିହୀନ ଏୟାରକ୍ରାଫ୍ଟ ସି-ଗାର୍ଡିଅନ ବିକିବା ପାଇଁ ଆମେରିକା ପ୍ରସ୍ତାବ ଦେଇଛି । ଏହା ସାହାଯ୍ୟରେ INS ବିକ୍ରମାଦିତ୍ୟ ସମେତ ବିଭିନ୍ନ ଏୟାରକ୍ରାଫ୍‌ଟ କ୍ୟାରିଅରରୁ ଏଫ-୧୬ ଲଢୁଆ ବିମାନକୁ ପରିଚାଳନା କରାଯାଇପାରିବ । ଆଜକୁ କିଛି ବର୍ଷ ତଳେ ଭାରତୀୟ ନୌସେନା ଅପରେସନ ପାଇଁ ୫୭ଟି ଏୟାରକ୍ରାଫ୍ଟ ଅଧିଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.