ଖେଳ ବିଭାଗରେ ଚାକିରି ପାଇଁ ଖାଲି ପଡ଼ିଛି ପଦବୀ, ମାତ୍ର ଗୋଟିଏ ଇଣ୍ଟରଭ୍ୟୁରେ ହେବେ ସିଲେକ୍ସନ

ଭାରତୀୟ ଖେଳ ପ୍ରାଧିକରଣ (SAI- Sports Authority of India) ପକ୍ଷରୁ ଷ୍ଟ୍ରେନ୍ଥ ଏବଂ କଣ୍ଡିସନିଂ ବିଶେଷଜ୍ଞ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଇଛୁକ ଆବେଦନକାରୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିଲେ ଜାରି କରାଯାଉଥିବା ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ। ସୂଚନା ମୁତାବକ ଆବେଦନକାରୀ ଏହି ପଦବୀରେ ନିଯୁକ୍ତି ପାଇଁ ନଭେମ୍ବର ୬ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପଦବୀ ନାମ ଏବଂ ପଦ ସଂଖ୍ୟା:

ଷ୍ଟ୍ରେନ୍ଥ ଏବଂ କଣ୍ଡିସନିଂ ବିଶେଷଜ୍ଞ: ୬୨

ମହତ୍ତ୍ୱପୂର୍ଣ୍ଣ ତାରିଖ:

ନଭେମ୍ବର:୦୬.୧୧.୨୦୨୦

ବୟସ ସୀମା:

ଏହି ପଦବୀରେ ଆବେଦନ ପାଇଁ ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୪୫ ବର୍ଷ ନିର୍ଧାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା:

ଏହି ପଦବୀରେ ଆବେଦନ ପାଇଁ ଆବେଦନକାରୀଙ୍କ ପାଖରେ ଖେଳ ବିଷୟରେ ଗ୍ରାଜୁଏସନ କିମ୍ବା ପୋଷ୍ଟ ଗ୍ରାଜୁଏସନରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏଥିସହ କୌଣସି ସରକାରୀ ମାନ୍ୟତାପ୍ରାପ୍ତ ସଂସ୍ଥାନରେ ଫିଟନେସ ଟ୍ରେନିଂ ସାର୍ଟିଫିକେଟ ଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:

ଏହିପଦବୀରେ ଆବେଦନ ପାଇଁ ଆବେଦନକାରୀ https://sportsauthorityofindia.nic.in ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ।

ବେତନ:

ଷ୍ଟ୍ରେନ୍ଥ ଏବଂ କଣ୍ଡିସନିଂ ବିଶେଷଜ୍ଞ- ୧,୦୦,୦୦୦ ଟଙ୍କାରୁ ଆରମ୍ଭ କରି ୧,୫୦,୦୦୦

ଷ୍ଟ୍ରେନ୍ଥ ଏବଂ କଣ୍ଡିସନିଂ ବିଶେଷଜ୍ଞ(II)- ୬୦,୦୦୦ ଟଙ୍କାରୁ ଆରମ୍ଭ କରି ୮୦,୦୦୦ ପର୍ଯ୍ୟନ୍ତ।

ଚୟନ ପ୍ରକ୍ରିୟା:

ଉପରୋକ୍ତ ପଦବୀରେ ଆବେଦନକାରୀଙ୍କ ଚୟନ ୧୦୦ଅଙ୍କର ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.