Below header

କରୋନା ଅପଡେଟ: ସୁଧୁରିଛି ଦେଶର ସ୍ଥିତି, ୨୬ ଦିନ ପରେ ୭୦ ହଜାର ତଳକୁ ଖସିଲା ଆକ୍ରାନ୍ତ ସଂଖ୍ୟା

ଦେଶରେ କୋଭିଡ ସ୍ଥିତି କିଂଚିତ ସୁଧୁରୁ ଥିବାର ଲକ୍ଷ କରାଯାଇଛି । ବିଶ୍ୱରେ ସଂକ୍ରମଣ ତାଲିକାରେ ଆମେରିକା ପଛକୁ ଭାରତର ସ୍ଥାନ ଦ୍ଵିତୀୟରେ ଥିବା ବେଳେ ଏବେ କିନ୍ତୁ ପୂର୍ବ ପରି କୋଭିଡ ସ୍ଥିତି ସେତେଟା ଜଟିଳ ନାହିଁ । ଦେଶରେ ସୁସ୍ଥତା ହାର ବଢ଼ୁଥିବାରୁ ହିଁ ଦେଶରେ କରୋନା ସ୍ଥିତି ସୁଧୁରୁଥିବାର ଜଣାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁସାରେ, ମଙ୍ଗଳବାର ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧ଲକ୍ଷ ପାର ହୋଇଛି । କିନ୍ତୁ ଲଗାତାର କିଛି ଦିନ ହେବ ସର୍ବାଧିକ ଦୈନିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି କିନ୍ତୁ ଏହି ସଂଖ୍ୟାରେ କିଛିଟା ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ସଦ୍ୟ ଜାରି ହୋଇଥିବା ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ଭିତରେ ୭୦ ହଜାର ୫୮୯ ଜଣ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୭୭୬ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଗତ ୨୬ ଦିନର ରେକର୍ଡକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ପ୍ରତିଦିନ ହଜାରରୁ ଅଧିକ ସଂଖ୍ୟାକ ରୋଗୀଙ୍କ ମୃତ୍ୟୁ ଘଟିଥିବା ଜଣାଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରେକର୍ଡ ଅନୁଯାୟୀ, ଏଯାବତ ଦେଶରେ ୬୧ ଲକ୍ଷ ୪୫ ହଜାର ୨୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେବେକି ଇମଧ୍ୟରୁ ୯ ଲକ୍ଷରୁ ଅଧିକ ସଂଖ୍ୟକ ସକ୍ରିୟ ମାମଲା ରହିଛି । ୫୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ରୂପରେ ୯୬ ହଜାର ୩୧୮ ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.