ଜଳେଶ୍ବର: ରାତିରେ ଚୋରି କରୁଥିବାବେଳେ ଚୋରକୁ କାବୁ କରି ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡେମ୍ବୁରିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ ରାତିରେ ୩ ଜଣ ଚୋର ଏହି ଗ୍ରାମର ଅନେକ ଲୋକଙ୍କ ଘରେ ପଶି ଟଙ୍କା, ମୋବାଇଲ ଏବଂ ବିଭିନ୍ନ ଆସବାବପତ୍ର ଚୋରି କରିଥିଲେ। ଠିକ୍ ସେହି ସମୟରେ ଜଣେ ଚୋରକୁ କାବୁ କରି ଗ୍ରାମବାସୀ ମାନେ ଖୁଣ୍ଟରେ ବାନ୍ଧି ପକାଇଥିଲେ।
ଅନ୍ଯ ଦୁଇ ଜଣ ଚୋର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଉକ୍ତ ଚୋର ଜଣକ ଟଙ୍କା ଏବଂ ମୋବାଇଲ ଚୋରି କରିଥିବା ନେଇ ମାନି ଯାଇଥିଲା। ନିଶାସକ୍ତ ଅବସ୍ଥାରେ ଏଭଳି ଚୋରି କରିଛି ବୋଲି ଚୋର ଜଣକ କହିଛି। ତା ପାଖରୁ ୫ଟି ମୋବାଇଲ ଏବଂ କିଛି ଟଙ୍କା ଗ୍ରାମବାସୀ ମାନେ ଜବତ କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ଚୋର ଜଣକୁ ଗିରଫ କରି ଥାନାକୁ ନେଇ ଯାଇଥିବା ଜଣାପଡିଛି।