Below header

ଧୋନିଙ୍କ ପାଇଁ ଆୟୋଜିତ ହେବ ବିଦାୟୀ ମ୍ୟାଚ: ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ବରିଷ୍ଠ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଅଗଷ୍ଟ ୧୫ ତାରିଖରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଏହା ପରେ ଧୋନିଙ୍କ ଫ୍ୟାନ୍ସ ମାନେ ତାଙ୍କ ପାଇଁ ଏକ ବିଦାୟୀ ମ୍ୟାଚ ଆୟୋଜନ କରିବା ନେଇ ଦାବି କରି ଆସୁଥିଲେ । ବିସିସିଆଇ ତରଫରୁ ଧୋନିଙ୍କ ପାଇଁ ଏକ ବିଦାୟୀ ମ୍ୟାଚ ଆୟୋଜନ କରାଯାଉ ବୋଲି ସମସ୍ତଙ୍କର ମତଥିଲା । ଏନେଇ ଏବେ ମତ ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲିଙ୍କ ଅନୁଯାୟୀ, ଏବାବଦରେ ସେ ଧୋନିଙ୍କ ସହ ସନ୍ୟାସ ନେବା ଦିନ ହିଁ ଆଲୋଚନା କରିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଆଇପିଏଲ ସିରିଜ ଚାଲିଥିବା ବେଳେ ଓ ଧୋନି ବାୟୋ ବବଲ ପରିସର ଭିତରେ ଥିବାରୁ ତାଙ୍କ ସହ ସମ୍ପର୍କ ସ୍ଥାପନ ସମ୍ଭବ ହୋଇପାରିନାହିଁ । ଭାରତ ପାଇଁ ଧୋନିଙ୍କ ଅବଦାନକୁ ଦୃଷ୍ଟିରେ ରଖିଲେ ଧୋନି ଏପରି ଏକ ସମ୍ମାନ ପାଇଁ ସମ୍ପୂର୍ଣ୍ଣ ରୂପେ ହକଦାର । କିନ୍ତୁ ବର୍ତ୍ତମାନ ସମୟର କୋଭିଡ ସ୍ଥିତିକୁ ଦେଖିଲେ ଭବିଷ୍ୟତ ନେଇ କୌଣସି ପ୍ରକାର ପୂର୍ବ ସୂଚନା ଦେବା ସମ୍ଭବ ନୁହେଁ ବୋଲି ଗାଙ୍ଗୁଲି କହିଛନ୍ତି । ଏସ୍ଥିତିରେ କାହାକୁ ବି ଖେଳିବା ପାଇଁ ବି ବାଧ୍ୟ କରାଯାଇପାରିବ ନାହିଁ ।

mahendra

ଏହା ପରେ ଧୋନି ଓ ତାଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନେଇ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରାଯିବାରୁ ସେ ଜବାବରେ କହିଛନ୍ତି, ଧୋନିଙ୍କ କ୍ୟାପଟେନସିପରେ ଦଳ ନିଶ୍ଚିତ ରୂପେ ଆଗକୁ ଭଲ ପ୍ରଦର୍ଶନ କରିବ । ଦୀର୍ଘ ଦେଢ଼ ବର୍ଷ ହେବ ସେ ମୈଦାନକୁ ଓଲ୍ହାଇ ନଥିବା ବେଳେ ଏବେ ଖେଳ ସହ ଖାପ ଖୁଆଇବାକୁ ତାଙ୍କୁ କିଛି ସମୟ ନିଶ୍ଚିନ୍ତ ରୂପେ ଲାଗିବ । କହିରଖିବା ଉଚିତ ହେବକି, ଧୋନିଙ୍କ ନେତୃତ୍ୱରେ ହିଁ ଚେନ୍ନାଇ ଟିମ ଏଯାବତ ତିନି ତିନି ଥର ଆଇପିଏଲ ଚମ୍ପିୟାନ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.