ଆସନ୍ତା ୧୭ ତାରିଖରେ ଲଞ୍ଚ ହେବ ଦେଶର ସବୁଠାରୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ, ବଢ଼ିବ ଇଣ୍ଟରନେଟ ସ୍ପିଡ଼

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ବା ଇସ୍ରୋ ଆସନ୍ତା ଜାନୁଆରୀ ୧୭ ତାରିଖରେ ଦେଶର ସବୁଠୁ ଶକ୍ତିଶାଳୀ ଉପଗ୍ରହ ଲଞ୍ଚ କରିବାକୁ ଯାଉଛି । ଏହି ଉପଗ୍ରହ ଲଞ୍ଚ ହେବା ପରେ ଭାରତର ସଞ୍ଚାର ବ୍ୟବସ୍ଥା ଆହୁରି ମଜବୁତ ସ୍ଥିତିକୁ ଆସିବ ବୋଲି ଇସ୍ରୋର ବୈଜ୍ଞାନିକ ମାନେ ଦାବି କରିଛନ୍ତି । ଏହା ସହ ଦେଶରେ ନୂଆ ଇଣ୍ଟରନେଟ ଟେକ୍ନୋଲୋଜି ମଧ୍ୟ ଉପଲବ୍ଧ କରାଯାଇପାରିବ । ଆଉ ମଧ୍ୟ ଯେଉଁ ଗାଁ ଗୁଡିକୁ ଏଯାବତ ମୋବାଇଲ ସେବା ପହଞ୍ଚି ପାରିନାହିଁ ସେଗୁଡ଼ିକରେ ଏସୁବିଧା ଯୋଗାଯାଇପାରିବ । ଏହାବାଦ ଦେଶର ଟିଭି ପ୍ରସାରଣ, ସମାଚାର ପ୍ରସାରଣ , ବିଭିନ୍ନ ସାମାଜିକ କାମରେ ଆସୁଥିବା ଜିଓ ସ୍ପେଶାଲ ସୁବିଧା, ପାଣିପାଗ ସମ୍ବନ୍ଧୀୟ କୌଣସି ତଥ୍ୟ ସହଜରେ ମିଳିପାରିବ ।

GSAT -30 TWO

ଇସ୍ରୋ ଦ୍ୱାରା GSAT-30କୁ ୟୁରୋପିୟନ ହେଭି ରକେଟ ଏରିୟାନ-5ECA ସହ ଜାନୁଆରୀ ୧୭ ତାରିଖ ୨.୩୫ ସମୟରେ ଯୋଡ଼ା ଯିବ ବୋଲି ଜଣାଯାଇଛି । GSAT-30ର ଓଜନ ପାଖାପାଖି ୩୧୦୦ କିଲୋଗ୍ରାମର ରହିଛି । ଏହା ଇନସାଟ ସାଟେଲାଇଟ ସ୍ଥାନରେ କାମ କରିବ । ଏହାକୁ ଫ୍ରେଞ୍ଚ ଗୁଏନାର କରଉ ଲଞ୍ଚ ବେଶରୁ ହିଁ ଲଞ୍ଚ କରାଯିବ । ମିଳିଥିବା ସୂତ୍ର ଅନୁଯାୟୀ GSAT-30 ହେଉଛି GSAT ସିରିଜର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ । ବର୍ତ୍ତମାନ ସୁଦ୍ଧା ଜିସାଟ ସିରିଜର ପ୍ରାୟ ୧୪ ଟି ସାଟେଲାଇଟ କାର୍ଯ୍ୟ କରୁଅଛି । ଯାହା ସାହାଯ୍ୟରେ ଦେଶରେ ସଞ୍ଚାର ବ୍ୟବସ୍ଥା ଦୃଢ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.