Below header

ବହୁତ କ୍ୟୁଟ୍‌ ଦେଖାଯାଉଛନ୍ତି କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଝିଅ, ଭାଇରାଲ ହେଲା ପ୍ରଥମ ଫଟୋ

ଲୋକପ୍ରିୟ କମେଡି କିଙ୍ଗ୍‌ କପିଲ ଶର୍ମା ଏବେ ନିଜ ଜୀବନର ବେଷ୍ଟ ଫେଜ୍‌ରେ ଅଛନ୍ତି। କପିଲଙ୍କ ସ୍ତ୍ରୀ ଗିନ୍ନି ଚତରଥ ୧୦ ଡିସେମ୍ବର ୨୦୧୯ରେ ପ୍ରଥମ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଝିଅକୁ ନେଇ କପିଲ ଓ ଗିନ୍ନି ବହୁତ ଖୁସି ଅଛନ୍ତି।

ବିଜି ସିଡ୍ୟୁଲ ସତ୍ତ୍ୱେ କପିଲ ନିଜ ଲିଟିଲ୍‌ ଆଞ୍ଜେଲ୍‌ଙ୍କ ସହିତ ଟାଇମ୍‌ ସ୍ପେଣ୍ଡ କରିବା ପାଇଁ ସମୟ ବାହାର କରିଦିଅନ୍ତି। ଏବେ କପିଲ ଓ ତାଙ୍କ ଝିଅର କିଛି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।


ଫଟୋରେ କପିଲ ନିଜ ନହ୍ନିପରୀକୁ କୋଳରେ ଧରିଥିବାର ନଜର ଆସୁଛନ୍ତି। ଗୋଟିଏ ଫଟୋରେ ବାପା, ଝିଅ ପରସ୍ପରକୁ ଚାହିଁଥିବା ଦେଖିବାକୁ ମିଳୁଛି। ଫ୍ୟାନ୍‌ମାନଙ୍କୁ ଏହି ଫଟୋ ବହୁତ ପସନ୍ଦ ଆସୁଛି। ଫଟୋ ଦେଖି ଏହା କୁହାଯାଇପାରେ ଯେ କପିଲଙ୍କର ତାଙ୍କ ଝିଅ ସହିତ ଭଲ ବଣ୍ଡିଙ୍ଗ୍‌ ହୋଇଯାଇଛି।

କହି ରଖୁଛୁ, କପିଲ ଶର୍ମା ୧୨ ଡିସେମ୍ବର ୨୦୧୮ରେ ଗିନ୍ନି ଚତରଥଙ୍କୁ ବିବାହ କରିଥିଲେ। ଦୁଇଜଣଙ୍କ ବିବାହ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ଏଥିରେ ଟିଭି, ବଲିଉଡ୍‌ ଓ ପଞ୍ଜାବୀ ଇଣ୍ଡଷ୍ଟ୍ରୀର କିଛି ଷ୍ଟାର ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.