ସାମ୍ନାକୁ ଆସୁଛି ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ଜେଲ ରହଣି ବେଳର କାରିନାମା; ଜାଣନ୍ତୁ, ସବୁଠାରୁ ଅଧିକ ଥର କିଏ ପାଇଛନ୍ତି ଦଣ୍ଡ

ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କ ଉପରୁ କିଛି ଦିନ ପାଇଁ ଉଠିଛି ଫାଶୀ ଦଣ୍ଡାଦେଶ। ଏଣୁ ୨୨ ତାରିଖରେ ହେବାକୁ ଥିବା ଫାଶୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଛି। ବର୍ତ୍ତମାନ ତିହାର ଜେଲରେ ରାତି କାଟୁଛନ୍ତି ୪ ଅଭିଯୁକ୍ତ। ଇତି ମଧ୍ୟରେ ସମସ୍ତଙ୍କ ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଏହି ୭ ବର୍ଷର କାରାଦଣ୍ଡ ମଧ୍ୟରେ ଏହି ଦୋଷୀମାନଙ୍କ ବ୍ୟବହାର କେମିତି ଥିଲା ଓ କିଏ ସବୁଠାରୁ ଅଧିକ ନିୟମ ଉଲ୍ଲଂଘନ କରି ଅଧିକ ଦଣ୍ଡ ଭୋଗୁଛି ସେ ନେଇ ତଥ୍ୟ ପଦାକୁ ଆସିଛି। ଆସନ୍ତୁ ଜାଣିବା ଚାରି ଅଭିଯୁକ୍ତଙ୍କ କାରିନାମା ସମ୍ପର୍କରେ…

Image result for nirbhaya case

ତିହାର ଜେଲରେ ଜେଲଦଣ୍ଡ ଭୋଗୁଥିବା ଅଭିଯୁକ୍ତ ବିନୟକୁ ଜେଲ ରହଣି ମଧ୍ୟରେ ସବୁଠାରୁ ଅଧିକ ଥର ଦଣ୍ଡ ମିଳିଛି। ତାଙ୍କ ପରେ ପବନ ଓ ମୁକେଶଙ୍କୁ ଦଣ୍ଡିତ କରାଯାଇଥିବା ବେଳେ ଅକ୍ଷୟ ସବୁଠାରୁ କମ୍‌ ଥର ଦଣ୍ଡିତ ହୋଇଛନ୍ତି। ଜେଲରୁ ମିଳିଥିବା ସୂଚନାନୁଯାୟୀ, ଜେଲରେ ମାରପିଟ୍‌ କରିବା ଓ ଅଧିକାରୀଙ୍କ ନିର୍ଦ୍ଦେଶକୁ ନମାନିବା କାରଣରୁ କଏଦୀଙ୍କୁ ଦଣ୍ଡିତ କରାଯାଏ।

Related image

ନିର୍ଭୟା ଦୋଷୀ ବିନୟ ଜେଲରେ ରହିବା ଦିନଠୁ ଏବେ ପର୍ଯ୍ୟନ୍ତ ପ୍ରାୟ ୧୧ ଥର ନିୟମ ଉଲ୍ଲଂଘନ କରିଛନ୍ତି। ପ୍ରଶାସନ ତରଫରୁ ତାଙ୍କୁ ୧୧ ଥର ଦଣ୍ଡ ଦିଆଯାଇଛି। ସେହିପରି ପବନଙ୍କୁ ଆଠ ଥର, ମୁକେଶଙ୍କୁ ତିନି ଥର ଓ ଅକ୍ଷୟଙ୍କୁ ମାତ୍ର ଥରେ ହିଁ ଦଣ୍ଡିତ କରାଯାଇଛି।

Image result for nirbhaya case

ରିପୋର୍ଟ ମୁତାବକ ଅକ୍ଷୟ, ପବନ ଓ ବିନୟ ଜେଲ୍‌ରେ ରହିବା ଭିତରେ ବହୁତ କାମ ମଧ୍ୟ କରିଛନ୍ତି। ଏହି କାମ ପାଇଁ ତାଙ୍କୁ ପ୍ରଶାସନ ପକ୍ଷରୁ ଦରମା ବି ମିଳିଛି। ସମସ୍ତଙ୍କ ମଧ୍ୟରୁ ଅକ୍ଷୟ ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି। ଏବେ ପର୍ଯ୍ୟନ୍ତ ଅକ୍ଷୟ ୬୯ ହଜାର, ବିନୟ ୩୯ ହଜାର ଓ ପବନ ୨୯ ହଜାର ଟଙ୍କା ରୋଜଗାର କରିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅର୍ଥକୁ ସେମାନେ କିଛି ଖର୍ଚ୍ଚ କରିନଥିବାରୁ ତାହା ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ରହିଛି। ଫାଶୀ ପର୍ଯ୍ୟନ୍ତ ଯଦି ସେମାନେ ଏହି ଟଙ୍କାରେ କିଛି ନ କଲେ ତେବେ ତାହାକୁ ପରିବାରକୁ ଦିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.