Below header

କରୋନା ମହାମାରୀରେ ତୃତୀୟ ସ୍ଥାନରେ ଭାରତ, ଗତ ୨୪ ଘଣ୍ଟାରେ ୬୮୮୯୮ ସଂକ୍ରମିତ ଚିହ୍ନଟ ହେବା ସହ ୯୮୩ ମୃତ

ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ଯା। ଏନେଇ ତୃତୀୟ ସ୍ଥାନରେ ପହଞ୍ଚିଛି ଭାରତ। ସୂଚନା ମୁତାବକ ଆଜି ୬୮,୮୯୮ଟି ନୂଆ ମାମଲା ସାମ୍ନାକୁ ଆସିବା ସହ ସଂକ୍ରମିତଙ୍କ ସଂଖ୍ଯା ୨୯ ଲକ୍ଷ ଅତିକ୍ରମ କରିଛି। କିନ୍ତୁ ଭଲ କଥା ହେଉଛି ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ସାଢେ ୨୧ ଲକ୍ଷରୁ ଅଧିକ ହୋଇଛି ଏବଂ ଅନୁସନ୍ଧାନ ମଧ୍ଯ ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ୯୮୩ ଲୋକଙ୍କ ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ଯା ୫୪,୮୪୯ରେ ପହଞ୍ଚିଛି। ସେହିଭଳି ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ପାଇ ୨୯,୦୫,୮୨୪ରେ ପହଞ୍ଚିଛି। ଏଥିସହ ଏହି ମାରାତ୍ମକ ଭାଇରସରୁ ରକ୍ଷା ପାଇବା ପାଇଁ ୬,୯୨,୦୨୮ ଲୋକଙ୍କ ଚିକିତ୍ସା ଚାଲିଥିବା ବେଳେ ୨୧,୫୮,୯୪୭ ଲୋକ ଚିକିତ୍ସିତ ପରେ କରୋନା ସଂକ୍ରମଣରୁ ଠିକ୍ ହୋଇସାରିଛନ୍ତି।

corona updatesଗତ ୨୪ ଘଣ୍ଟା ମଧ୍ୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୦ ପର୍ଯ୍ୟନ୍ତ ସାରା ଦେଶରେ ସମୁଦାୟ ୩,୩୪,୬୭,୨୩୭ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଗତକାଲି ୮,୦୫,୯୮୫ ନମୁନା ପରୀକ୍ଷା କରାଯାଇଥିଲା। ଏଥିରେ ପଜିଟିଭ୍ ହାର ୮ ପ୍ରତିଶତରୁ କମ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.