ଆଜି ରାଜ୍ଯରେ ୨୬୯୮ କରୋନା ପଜିଟିଭ୍ ଚିହ୍ନଟ, ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ସଂକ୍ରମିତ

ଆଜି ରାଜ୍ଯରେ ୨୬୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୬୭୫ ଏବଂ ଲୋକାଲ୍ କେସରୁ ୧୦୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୭୨,୭୧୮ ରେ ପହଁଚିଛି। ଏମାନଙ୍କ ୪୮,୫୭୬  ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୩,୬୯୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୨୯, ବାଲେଶ୍ବରରୁ ୧୦୨, ବରଗଡରୁ ୫୬, ଭଦ୍ରକରୁ ୮୯, ବଲାଙ୍ଗିରରୁ ୭୧, ବୌଦ୍ଧରୁ ୧୧, କଟକରୁ ୨୦୭, ଦେଓଗଡରୁ ୨, ଢେଙ୍କାନାଳରୁ ୨୭, ଗଜପତିରୁ ୫୮, ଗଞ୍ଜାମରୁ ୧୬୨, ଜଗତସିଂହପୁରରୁ ୨୧, ଯାଜପୁରରୁ ୮୦, ଝାରସୁଗୁଡା ୭୨, କଳାହାଣ୍ଡିରୁ ୪୯, କନ୍ଧମାଳରୁ ୮୧, କେନ୍ଦ୍ରାପଡାରୁ ୮୯, କେନ୍ଦୁଝରରୁ ୨୧, କୋରାପୁଟରୁ ୧୪୬, ମାଲକାନଗିରିରୁ ୮୧, ମୟୁରଭଞ୍ଜରୁ ୧୨୮, ନବରଙ୍ଗପୁରରୁ ୯୧, ନୟାଗଡରୁ ୯୪, ନୂଆପଡାରୁ ୩, ପୁରୀରୁ ୮୭, ରାୟଗଡାରୁ ୧୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୩୧ ଏବଂ ସୁନ୍ଦରଗଡରୁ ୧୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.