Below header

ଗାଜା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଭାରତ, ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଉଡାଣ ଭରିଲା ବାୟୁସେନା ବିମାନ C-17

ଭାରତୀୟ ବାୟୁସେନାର C-17 ବିମାନ ଆଜି ଗାଜାକୁ ମେଡିକାଲ୍ ଓ ରିଲିଫ୍ ସାମଗ୍ରୀ ନେଇ ପାଖାପାଖି ୬.୫ ଟନର ମେଡିକାଲ ଏବଂ ୩୨ ଟନ୍‌ ରିଲିଫ ସାମଗ୍ରୀ ନେଇ ଉଡାଣ ଭରିଛି । ଭିନ୍ନ ମେଡିସିନ୍, ସର୍ଜିକାଲ ସାମଗ୍ରୀ, ଟେଣ୍ଟ, ତକିଆ, ତାରପଲିନ୍, ସାନିଟାରୀ ସାମଗ୍ରୀ, ଜଳ ବିଶୁଦ୍ଧ କରୁଥିବା ଟାବଲେଟ୍ ଓ ଅନ୍ୟାନ୍ୟ ଅତି ଜରୁରୀ ସାମଗ୍ରୀ ପଠାଇଛି ।

ଫିଲିସ୍ତାନର ଯୁଦ୍ଧ ପୀଡିତଙ୍କୁ ସହାୟତାର ହାତ ବଢାଇଛି ଭାରତ । ଭାରତ ପକ୍ଷରୁ ଆଜି ଗାଜାକୁ ମେଡିକାଲ୍ ଓ ରିଲିଫ୍ ସାମଗ୍ରୀ ପଠାଯାଇଛି । ବିଭିନ୍ନ ମେଡିସିନ୍, ସର୍ଜିକାଲ ସାମଗ୍ରୀ, ଟେଣ୍ଟ, ତକିଆ, ତାରପଲିନ୍, ସାନିଟାରୀ ସାମଗ୍ରୀ, ଜଳ ବିଶୁଦ୍ଧ କରୁଥିବା ଟାବଲେଟ୍ ଓ ଅନ୍ୟାନ୍ୟ ଅତି ଜରୁରୀ ସାମଗ୍ରୀ ପଠାଇଛି । ଭାରତୀୟ ବାୟୁସେନାର C-17 ବିମାନ ଆଜି ପାଖାପାଖି ୬.୫ ଟନର ମେଡିକାଲ ଏବଂ ୩୨ ଟନ୍‌ ରିଲିଫ ସାମଗ୍ରୀ ନେଇ ଉଡାଣ ଭରିଛି ।

ଇସ୍ରାଏଲ-ପାଲେଷ୍ଟାଇନ ବିବାଦକୁ ନେଇ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ଏକ ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଇସ୍ରାଏଲ ଉପରେ ହାମାସ ଆକ୍ରମଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ନିକଟରେ ଗାଜା ଷ୍ଟ୍ରିପରେ ଥିବା ଏକ ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ଏକ ଟ୍ୱିଟରେ ଇସ୍ରାଏଲ୍-ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ପୁରୁଣା ଆଭିମୁଖ୍ୟକୁ ଦୋହରାଇଛନ୍ତି ।

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଏହାର ପ୍ରତିବାଦରେ ଇସ୍ରାଏଲ ସେନା ଗାଜାରେ ଆକାଶ ଓ ସ୍ଥଳ ମାର୍ଗରୁ ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଥିଲା । ଏଥିରେ ଗାଜାରେ ୧୪୦୦ରୁ ଅଧିକ ସାଧାରଣ ଲୋକ ମୃତ୍ୟୁବରଣ କରିଛନ୍ତି ।  ଏହା ସହିତ ଇସ୍ରାଏଲ ପକ୍ଷରୁ ଗାଜାରେ ଜଳ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଜରୁରୀ ସୁବିଧା ଯୋଗାଣ ବନ୍ଦ କରିଦିଆଯାଇଛି ।

ତେବେ ଗାଜାରେ ମାନବିକତାର ହତ୍ୟା କରାଯାଉଥିବା କହି ଜାତିସଂଘ ଏହି ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଛି । ଇସ୍ରାଏଲ ସହ ଏକ ବୁଝାମଣା ପରେ ଶନିବାର ଇଜିପ୍ଟରୁ ଗାଜାକୁ ଖାଦ୍ୟପାଦାର୍ଥ, ପାଣି, ମେଡିସିନ୍, ପଠାଯାଇଛି । ଜାତିସଂଘ ପକ୍ଷରୁ କୁହାଯାଇଛି ଗାଜାରେ ଆହୁରି ସହାୟତାର ଆବଶ୍ୟକତା ରହିଛି । ଏ ଦିଗରେ ସମଗ୍ର ବିଶ୍ୱ ସହାୟତାର ହାତ ବଢାଇବା ଉଚିତ ବୋଲି ଜାତିସଂଘ କହିଛି । ଇସ୍ରାଏଲ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖିଥିବାବେଳେ ପାଲେଷ୍ଟାଇନ ସହ ଭାରତ ମଧ୍ୟ କୂଟନୈତିକ ସମ୍ପର୍କ ବଜାୟ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.