ପରୀକ୍ଷାରେ କପି କରିବାକୁ ମନା କରିବାରୁ ସାରଙ୍କୁ ଧରି ବହେ ଛେଚିଲେ ପରୀକ୍ଷାର୍ଥୀ

କପି କରିବାକୁ ମନା କରିବାରୁ ଶିକ୍ଷକଙ୍କୁ ପିଟିଛନ୍ତି ମହିଳା । ଏମିତିକି ତାଙ୍କ ସାର୍ଟ ମଧ୍ୟ ଫାଡ଼ିଦେଇଛନ୍ତି । କଥାଟି ଅଡ଼ୁଆ ଲାଗୁଥିଲେ ବି ଏମିତି କରିବାକୁ ମହିଳା ଙ୍କୁ ଟିକେ ବି ଖରାପ ଲାଗୁନି ।

ପରୀକ୍ଷାରେ ଆପଣ କେବେ କପି କରିଛନ୍ତି ? ଆପଣଙ୍କ ଭିତରୁ ଅନେକ ସାମ୍ନାରେ ମନା କରୁଥିଲେ ବି କିଛି ଜଣ ଅଛନ୍ତି ଯୋଉ ମାନେ ପାଠ ନପଢି ପରୀକ୍ଷାରେ କପି କରିଥାନ୍ତି। ଆଉ ଏହି ପିଲା ଯେତେବେଳେ ପରୀକ୍ଷା ହଲରେ ସମସ୍ତଙ୍କ ସାମ୍ନାରେ ଧରା ପଡନ୍ତି।ସେତେବେଲେ ମାଷ୍ଟର ମାନେ ତାଙ୍କୁ ହଲ ରୁ ବାହାର କରି ଦିଅନ୍ତି। ଏମିତିକି ପୁଣି ଥରେ ପରୀକ୍ଷା ଦେବାକୁ ମନା କରନ୍ତି। କିନ୍ତୁ ଏମାନଙ୍କ ଭିତରେ ବି କିଛି ମାଡୁଆ ଆଉ ବଦମାସ ପିଲା ଅଛନ୍ତି ଯୋଉଁମାନଙ୍କ କାରନାମା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆମେ ଗୁରୁଙ୍କୁ ସବୁବେଳେ ସମ୍ମାନ ଦେଇଥାନ୍ତି। ସେ ଯେତେ ରାଗି ହୁଅନ୍ତୁ ଅବା ମାଡ଼ ମାରନ୍ତୁ। ଜୀବନରେ କିଛି ଶିଖିବା ପାଇଁ ହେଲେ ଜଣେ ଗୁରୁ ସବୁଠି ସବୁବେଳେ ଦରକାର ପଡିଥାଏ … ଏମିତିକି ଆପଣ ଯଦି ଭଲ ପାଠ ପଢି ଭଲ ଜବ କରୁଛନ୍ତି ସେଠି ବି ଆପଣ ବହୁତ କିଛିବି ଶିଖିଥାନ୍ତି । ଆଉ ଏସବୁ ପାଇଁ ସମ୍ମାନ ସେହି ବ୍ୟକ୍ତି ପାଇଁ ଆପେ ଆପେ ଚାଲିଆସେ । କିନ୍ତୁ ଏଠି ଚିତ୍ର ପୁରା ବଦଳି ଯାଇଛି । ଏଠି ପରୀକ୍ଷାରେ କପି କଲା ପରେ ମହିଳା ଧରା ପଡିଲେ । ଆଉ ସେସବୁ ପାଇଁ ନିଜ ଭୁଲ କଣ ମାନିବେ ସାର ଙ୍କ ସାର୍ଟ ଧରି ଫାଡ଼ି ଦେଲେ .. ଏ ଭିଜୁଆଲ ଦେଖିଲେ ଆପଣ ବି ମୁଣ୍ଡରେ ହାତ ଦେବେ।

ପ୍ରଥମେ ତ ଭୁଲ କରିବ ସେଥିରେ ମୁହଁ ଟାଣ କରି ରୋବାବ ଦେଖାଇବ।ଏ ଟା କଣ ଠିକ କଥା। ଯେତେହେଲେ ବି ସେ ଗୁରୁ..କିନ୍ତୁ ଏଠି ଗୁରୁଙ୍କୁ ପ୍ରଣାମ ବଦଳରେ ନିର୍ଧୂମ ମାଡ଼ ମରାଯାଉଛି। ଯାହାର କ୍ଲିପ ଏବେ ସବୁଠି ଭାଇରାଲ ହେଉଛି।କପି କରିବାକୁ ମନା କରିବାରୁ ଶିକ୍ଷକଙ୍କୁ ପିଟିଛନ୍ତି ମହିଳା । ଏମିତିକି ତାଙ୍କ ସାର୍ଟ ମଧ୍ୟ ଫାଡ଼ିଦେଇଛନ୍ତି । କଥାଟି ଅଡ଼ୁଆ ଲାଗୁଥିଲେ ବି ଏମିତି କରିବାକୁ ମହିଳା ଙ୍କୁ ଟିକେ ବି ଖରାପ ଲାଗୁନି । ନିଜକୁ କଣ ଭାବୁଛନ୍ତି କେଜାଣି। ଏ ଘଟଣା ଟି ବିହାରର ଭାଗଲପୁରରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ବିକାଶ ପାଣ୍ଡେ ନାମକ ଟ୍ୱିଟର ହାଣ୍ଡେଲ ରେ ଏହାକୁ ପୋଷ୍ଟ କରାଯାଇଛି । ଯାହାକି ଖୁବ ଭାଇରଲ ହେଉଛି

ସୂଚନାନୁଯାୟୀ ଭାଗଲପୁର ବିଶ୍ୱବିଦ୍ୟାଳୟରେ ଲ’ ପରୀକ୍ଷା ଚାଲୁଥିବା ବେଳେ ଜଣେ ମହିଳା କପି କରୁଥିବାରୁ ଏହା ଦେଖି ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଜଣଙ୍କ ପାଖକୁ ଯାଇଥିଲେ। ସେ ତାଙ୍କୁ ଏହା କରିବାକୁ ପ୍ରଥମେ ମନା ବି କରିଥିଲେ । କିନ୍ତୁ ମହିଳା କଣ ଶୁଣୁଛନ୍ତି .. ଅଲାଯୁକ ଭଳି ପୁଣି କପି କରିବାକୁ ଲାଗିଲେ ।ଆଉ ଏହାପରେ ଆରମ୍ଭ ହେଲା ହାଇଡ୍ରାମା । ଶିକ୍ଷକ କାହିଁକି ମନା କଲେ ବୋଲି ପରୀକ୍ଷାର୍ଥୀ ଜଣକ ଶିକ୍ଷକଙ୍କ ସାର୍ଟ କଲର୍‌ ଧରି ତାଙ୍କୁ ବହେ ପିଟିଲେ । ଏମିତିକି ତାଙ୍କ ସାର୍ଟ ମଧ୍ୟ ଫାଡ଼ିଦେଲେ । ଏହାକୁ ଅଟକାଇବାକୁ ଆସିଥିବା ବିଚରା ଗାର୍ଡକୁ ମଧ୍ୟ ଚାପୁଡ଼ା ମାରିଲେ ।

କଥା କଣ ଏତିକିରେ ସରିଛି .. ମହିଳା ପୋଲିସ ଆସି ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେ ତାଙ୍କ ଲାଠି ମଧ୍ୟ ଛଡ଼ାଇ ନେଇଥିଲେ । ଏହି ଘଟଣା ପରେ ମହିଳାଙ୍କୁ ପରୀକ୍ଷା ହଲ୍‌ରୁ ବାହାର କରି ଦିଆଗଲା ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ରିପୋର୍ଟ କଲେଜ୍‌କୁ ପଠାଗଲା ।

ସୂଚନା ଅନୁସାରେ ପରୀକ୍ଷାର୍ଥୀ ଜଣକ ପରୀକ୍ଷାର ଠିକ୍‌ ଘଣ୍ଟାଏ ପୂର୍ବରୁ ପରୀକ୍ଷା ହଲ୍‌ରେ ପହଞ୍ଚିଯାଇଥିଲେ । କିନ୍ତୁ ପରୀକ୍ଷାକୁ ନେଇ ଶେଷଥର ପାଇଁ ରିଭିଜନ କରିବେ କଣ ହଲ୍‌ ଭିତରେ ବସି ନିଜ ଟେବୁଲ ଉପରେ ଲେଖିବାକୁ ଚାଲିଲେ । ଯେମିତିକି ତାଙ୍କୁ କପି କରିବାକୁ ସହଜ ହେବ। ରୁମ୍‌ରେ ଉପସ୍ଥିତ ଶିକ୍ଷକ ତାଙ୍କୁ ମନା କରିବା ସତ୍ତ୍ୱେ ସେ ନିଜ ଜିଦ୍‌ରେ ସେଠାରେ ବସି ରହିଲେ । ପରୀକ୍ଷା ଆରମ୍ଭର କିଛି ସମୟ ମଧ୍ୟରେ ସେ କପି କାଢ଼ି ଲେଖିବାକୁ ଲାଗିଲେ । ଶିକ୍ଷକ ତାଙ୍କୁ ବିରୋଧ କରିବାରୁ ତାଙ୍କୁ ନିର୍ଧୂମ ପିଟିଲେ ଆଉ ତାଙ୍କ ସାର୍ଟ ଫାଡ଼ିଦେଲେ । ଧନ୍ୟ କହିବ ଏ ମହିଳା ଙ୍କୁ.. ଏଭଳି ପରୀକ୍ଷାର୍ଥୀ ଯଦି ରହିବେ ତେବେ ଆଗାମୀ ଭବିଷ୍ୟତ ପାଇଁ ବିପଦ ନିଶ୍ଚୟ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.