Below header

ଜାନୁଆରୀ ୮ରୁ ବ୍ରିଟେନକୁ ଆରମ୍ଭ ହେବ ଫ୍ଲାଇଟ ସେବା, ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ବିମାନ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆବର୍ଷରେ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି । ଜାନୁଆରୀ ୮ ରୁ ବ୍ରିଟେନ ଏବଂ ଭାରତ ମଧ୍ୟରେ ବିମାନ ଚଳାଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଜାନୁଆରୀ ୮ ରୁ ଜାନୁୟାରୀ ୨୩ ତାରିଖ ମଧ୍ୟରେ କେବଳ ୧୫ ଟି ବିମାନ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଏବଂ ହାଇଦ୍ରାବାଦରୁ ଦୁଇ ଦେଶ ମଧ୍ୟରେ ଯାତ୍ରା କରିବ । ସୂଚନାଯୋଗ୍ଯ, ଭାରତରେ କରୋନାଭାଇରସର ନୂଆ ଷ୍ଟ୍ରେନ୍ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୭ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ବ୍ରିଟେନ ଏବଂ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.