ନୂଆବର୍ଷରେ ଉମେଶ ଯାଦବଙ୍କ ଘରକୁ ଆସିଲେ ନୂଆ ଅତିଥି, ସେୟାର କଲେ ଲିଟିଲି ପରୀର ଫଟୋ

ନୂଆବର୍ଷରେ ଭାରତୀୟ ପେସ୍ ବୋଲର ଉମେଶ ଯାଦବଙ୍କ ଘରକୁ ଆସିଛି ନୂଆ ଅତିଥି । ଶୁକ୍ରବାର ତାଙ୍କ ପତ୍ନୀ ତାନିୟା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଉମେଶ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ତାଙ୍କର ଏକ ଝିଅ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଉମେଶ ବାପା ହେବା ପରେ ଆଇସିସି ମଧ୍ୟ ଟ୍ବିଟର ଜରିଆରେ ଶୁଭେଚ୍ଛା ଜଣାଇଛି।

 

View this post on Instagram

 

A post shared by Umesh Yaadav (@umeshyaadav)

ସେ ଏବେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ରହିଛନ୍ତି । ବକ୍ସିଂ ଡେ’ ଟେଷ୍ଟରେ ଆହତ ହୋଇ ସେ ଶେଷ ୨ଟି ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ତାଙ୍କ ଜଙ୍ଘ ପଛପଟ ମାସଂପେଶୀ ଟାଣି ହୋଇଯାଇଥିଲା । ଖୁବଶୀଘ୍ର ସେ ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.