Below header

ଶ୍ରୀରାମଚନ୍ଦ୍ର ପାଠାଗାରର ହେବ ନବୀକରଣ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପାଠାଗାର ବୁଲି ଦେଖିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ମୟୁରଭଞ୍ଜ : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମହାରାଜାଙ୍କୁ ସମ୍ମାନ ଜଣାଇ ବାରିପଦା ଶ୍ରୀରାମଚନ୍ଦ୍ର ପାଠାଗାରର ନବୀକରଣ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୟୁରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ବାରିପଦା ସ୍ଥିତ ପାଠାଗାର ବୁଲି ଦେଖିଛନ୍ତି। ଏହା ସହ ସ୍ଥାନୀୟ ପ୍ରଶାସନ ଓ ପାଠାଗାର ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି। ଖୁବ ଶୀଘ୍ର ନବୀକରଣ କାର୍ଯ୍ୟ ଆରମ୍ଭ ହେବ।

ପାଠାଗାରରେ ଥିବା ଶହ ଶହ ବର୍ଷ ପୁରୁଣା ପୁସ୍ତକ ଗୁଡିକୁ କିଭଳି ସାଇତି ରଖାଯାଇପାରିବ ତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ । ୧୮୯୨ରେ ତତ୍କାଳୀନ ମୟୁରଭଞ୍ଜ ପ୍ରଦେଶର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜ୍ଞାନର ବିକାଶ ପାଇଁ ରାଜପ୍ରାସାଦର ଏକ କୋଠରୀରେ ଆରମ୍ଭ କରିଥିଲେ ପାଠାଗାର। ପୁଣି ଥରେ ଏହି ପାଠାଗାର ନୂତନତ୍ୱ ପାଇବାର ଆଶା ଦେଖାଦେଇଥିବାରୁ ଜିଲ୍ଲାବାସୀ ଉତ୍ସାହିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.