Below header

ବେବୋଙ୍କ ପ୍ରଶ୍ନର ଏମିତି କଡ଼ା ଜବାବ ରଖିଲେ ମିଷ୍ଟର ଇଣ୍ଡିଆ, ଖୋଲିଲେ କରିନାଙ୍କ ରାଜ

ବଲିଉଡର ସବୁଠୁ ଚର୍ଚ୍ଚିତ ଓ ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନ ବର୍ତ୍ତମାନ ସମୟରେ ନିଜ ପ୍ରେଗ୍ନେନ୍ସିର ଭରପୂର ମଜା ଉଠାଉଥିବା ନଜର ଆସିଛନ୍ତି । କିନ୍ତୁ ଏଭିତରେ ବି କରିନା ନିଜ କାମରେ ଟିକେ ହେଲେ ବି ହେଳା କରୁନାହାନ୍ତି । ନିଜ ଚାଟ ଶୋ’ “What women want”ର ଅନେକ ଏପିସୋଡ ଗୁଡିକର ସୁଟିଂ ବି ଜାରି ରଖିଛନ୍ତି । ଆଉ କରିନାଙ୍କ ଏହି ଶୋ’ରେ ଏଯାବତ ଅନେକ ନାମୀଦାମୀ ସେଲିବ୍ରିଟି ଯୋଗ ଦେଇ ସାରିଲେଣି । ନିକଟରେ କରିନାଙ୍କ ଏହି ଶୋ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନିଲ କପୁର । ଢେର ସମୟ ଯାଏଁ ମନଖୋଲା ଗପ ବି ଗପିଥିଲେ । ଖାଲି ସେତିକି ନୁହେଁ ଥଟ୍ଟା ମଜା ଭିତରେ ଅନେକ ରହସ୍ୟମୟ କଥାର ଖୁଲାସା ବି କରିଛନ୍ତି ଅନିଲ ।

anil kapoor

ପ୍ରକୃତରେ କଥାବାର୍ତ୍ତା ସମୟରେ କରିନା ଅନିଲଙ୍କୁ ପଚାରି ଥିଲେକି ବଲିଉଡରେ ମହିଳା ଓ ପୁରୁଷଙ୍କ ଭିତରେ ଫିକୁ ନେଇ ରହିଥିବା ତାରତମ୍ୟକୁ ନେଇ ଆପଣଙ୍କର ମତ କ’ଣ । ଏନେଇ ହଲିଉଡରେ ମେଲ ଆକ୍ଟରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ କ’ଣ ବଲିଉଡରେ ବି ନିଆଯିବା ଉଚିତ ନୁହେଁ କି । ସୂଚନା ଦେଉଛୁକି, ହଲିଉଡ଼ରେ ଫିମେଲ କୋ ଆକଟର୍ସଙ୍କୁ ସମାନ ଫି ମିଳୁଥିବା ଫିଲ୍ମରେ ହିଁ ମେଲ ଆକଟର୍ସମାନେ ସାଇନ କରିଥାନ୍ତି । ଏଧରଣର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅନିଲ କହୁ କହୁ କହିଦେଇଥିଲେକି, କରିନା ନିଜେ ତାଙ୍କ ଠାରୁ ଅନେକ ଟଙ୍କା କରଜ ଆକାରରେ ନେଇଛନ୍ତି ।

ଏପରି ଉତ୍ତରରେ ନିଜକୁ ବଞ୍ଚାଇବାକୁ ଯାଇ କରିନା କହିଥିଲେକି, ଆମେ ଶୋ’ର ବ୍ୟାରିୟର୍ସ ଭାଙ୍ଗୁଛୁ । ଏହା ପରେ ଅନିଲ କହିଥିଲେ, “ବିରେ ଦି ୱେଡିଙ୍ଗ” ଫିଲ୍ମ ପାଇଁ ଆପଣ (କରିନା) ପ୍ରଡ୍ୟୁସର ମାନଙ୍କ ଠାରୁ ମାତ୍ରାଧିକ ଫି ଦାବି କରିଥିଲେ । ପରେ ପ୍ରଡ୍ୟୁସର ହିଁ ଏବାବଦରେ ତାଙ୍କୁ ଏବାବଦରେ ସୂଚନା ଦେଇଥିଲେ ବୋଲି ଅନିଲ କହିଛନ୍ତି । ଆଉ ଫିମେଲ କୋ ଷ୍ଟାରଙ୍କ ଠାରୁ କମ ଫି ନେବାରେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ମତ ରଖିଛନ୍ତି ଅନିଲ । ପୂର୍ବରୁ ଏମିତି ଅନେକ ଥର ହୋଇଛି ଓ ସେ ଏହାକୁ ଖୁସି ଖୁସି ସ୍ୱୀକାର ବି କରିଛନ୍ତି । ସୂଚନା ଦେବା ଯୋଗ୍ୟକି “ବିରେ ଦି ୱେଡିଙ୍ଗ” ଫିଲ୍ମର ପ୍ରଯୋଜକ ଅନିଲ କପୁର, ରିୟା କପୁର, ଶୋଭା କପୁର ଓ ଏକତା କପୁର ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.