Below header

ଭାବାନୀପଟଣା ପରମାନନ୍ଦପୁର ଗାଁରେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଭଉଣୀକୁ ବଞ୍ଚେଇବାକୁ ଯାଇ ଭାଇର ମୃତ୍ୟୁ, ବାପା ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଭାବାନୀପଟଣା ପରମାନନ୍ଦପୁର ଗାଁରେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଭଉଣୀକୁ ବଞ୍ଚେଇବାକୁ ଯାଇ ଭାଇର ମୃତ୍ୟୁ, ବାପା ଗୁରୁତର ।

ସୂଚନା ଅନୁଯାୟୀ, କପଡା ଶୁଖାଇବାକୁ ଯାଇଥିବାବେଳେ ହଠାତ୍ ଭଉଣୀ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଏକଥା ଜାଣି ପାଖରେ ଥିବା ଭାଇ ଭଉଣୀକୁ ବଞ୍ଚେଇବାକୁ ଯାଇ ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ଘଟଛି । ତେବେ ବାପା ମଧ୍ୟ ପୁଅକୁ ବଞ୍ଚେଇବାକୁ ଯାଇ ଗୁରୁତର ହୋଇ ଭାବନୀପଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତି । ମୃତଙ୍କ ଭାଇ ଜଣଙ୍କ ପରମାନନ୍ଦପୁର ଗାଁର ଭୁଜରାଜ ଭଏଶାଲ । ଘଟଣାପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.