Below header

ଆତଙ୍କବାଦୀଙ୍କ ରାସାୟନିକ ଓ ଜୈବିକ ଆକ୍ରମଣର ମୁକାବିଲା ପାଇଁ ଭାରତ-ଆମେରିକାର ସେନାଙ୍କ ମିଳିତ ଅଭ୍ୟାସ ଜାରି

ଭାରତର ନେସନାଲ ସିକ୍ୟୁରିଟି ଗାର୍ଡ(ଏନଏସଜି) ଓ ଆମେରିକାର ସ୍ପେଶାଲ ଅପରେସନ ଫୋର୍ସ(ଏସଓଏଫ୍‌) ତା’ର ୬ଷ୍ଠ ଯୁଗ୍ମ ଆତଙ୍କୀ ଅଭ୍ୟାସ ଅଭିଯାନ (ତରକସ)ଜାରି ରଖିଛି ।ଏଥିରେ ପ୍ରଥମ ଥର ପାଇଁ କେମିକାଲ, ବାୟୋଲୋଜିକାଲ ଓ ନ୍ୟୁକ୍ଲିୟର ଆକ୍ରମଣକୁ ମୁକାବିଲା କରିବା ଓ ଏହାକୁ ନିଷ୍କ୍ରିୟ କରିବା ପାଇଁ ପ୍ରଶିକ୍ଷଣ ଚେନ୍ନାଇରେ ଚାଲିଛି ।

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ରାସାୟନିକ ଓ ଜୈବିକ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ଓ ଆମେରିକାର ସ୍ପେଶାଲ ଅପରେସନ ଫୋର୍ସ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଭାରତର ନେସନାଲ ସିକ୍ୟୁରିଟି ଗାର୍ଡ(ଏନଏସଜି) ଓ ଆମେରିକାର ସ୍ପେଶାଲ ଅପରେସନ ଫୋର୍ସ(ଏସଓଏଫ୍‌) ତା’ର ୬ଷ୍ଠ ଯୁଗ୍ମ ଆତଙ୍କୀ ଅଭ୍ୟାସ ଅଭିଯାନ (ତରକସ)ଜାରି ରଖିଛି । ଏଥିରେ ପ୍ରଥମ ଥର ପାଇଁ କେମିକାଲ, ବାୟୋଲୋଜିକାଲ ଓ ନ୍ୟୁକ୍ଲିୟର ଆକ୍ରମଣକୁ ମୁକାବିଲା କରିବା ଓ ଏହାକୁ ନିଷ୍କ୍ରିୟ କରିବା ପାଇଁ ପ୍ରଶିକ୍ଷଣ ଚେନ୍ନାଇରେ ଚାଲିଛି ।

ଉଭୟ ଦେଶର ଏହି ଅଭ୍ୟାସ ୪ ସପ୍ତାହ ଧରି ଚାଲିବ । ୧୬ ଜାନୁଆରୀରେ ୨୦୨୩ ରେ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ଫେବ୍ରୁଆରୀ ୧୪ ରେ ସମାପ୍ତ ହେବ । ଆତଙ୍କୀଙ୍କ ରାସାୟନିକ ଆକ୍ରମଣକୁ ମୁକାବିଲା କରିବା ପାଇଁ ଏହି ଖାସ ପ୍ରସ୍ତୁତି ଚାଲିଛି । ଏଥିପାଇଁ ଚେନ୍ନାଇର ବିଭିନ୍ନ ଅଂଚଳରେ ଯବାନମାନେ ମକ୍‌ ଡ୍ରିଲ ମଧ୍ୟ କରୁଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଖୁବ ଶୀଘ୍ର ଆତଙ୍କବାଦୀଙ୍କ ଦ୍ୱାରା ଅଣାଯାଇଥିବା ରାସାୟନିକ ଅସ୍ତ୍ରକୁ ନିଷ୍କ୍ରିୟ କରିବା । ଆତଙ୍କବାଦୀଙ୍କ କବଳରୁ ବନ୍ଧକ ରଖାଯାଇଥିବା ଲୋକଙ୍କୁ ସହଜରେ ମୁକୁଳାଇବା ।

ଏହି ଅଭ୍ୟାସରେ ଭାରତୀୟ ବାୟୁସେନାର ହେଲିକପ୍ଟର ଦ୍ୱାରା ଛୋଟ ଟିମ ପଠାଇ ଶତ୍ରୁଙ୍କ ଭିତରେ ପଶି ବନ୍ଧକ ବ୍ୟକ୍ତିକୁ ମୁକୁଳାଇବା ସହ ରାସାୟନିକ ଅସ୍ତ୍ରକୁ ନିଷ୍କ୍ରିୟ କରିବା ଏହାର ଲକ୍ଷ୍ୟ । ସହରୀ ବାତାବରଣରେ କିପରି ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ କରାଯାଇ ପାରିବ ତାହାର ଅଭ୍ୟାସ କରାଯାଇଥିବା ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.